www.samajalive.in
Sunday, December 14, 2025
15.1 C
Bhubaneswar

ପିସିସି ସଭାପତିଙ୍କୁ ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ;ବିଜେପିକୁ ସୁରକ୍ଷା ଦେଉଛି ବିଜେଡ଼ି: କଂଗ୍ରେସ

ଭୁବନେଶ୍ୱର: ଗତକାଲି ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ  ପିସିସି ସଭାପତିଙ୍କ ଗାଡ଼ିକୁ ଓଭରଟେକ କରି ଆଗରେ ଗାଡ଼ି ଅଟକାଇ ଆକ୍ରମଣ କରିବାକୁ ଉଦ୍ୟମ କଲେ। ସଭାପତିଙ୍କୁ ସୁରକ୍ଷା ଦେବାକୁ ଯାଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭର ଆଗକୁ ଆସିବାରୁ ଉକ୍ତ ୫ଜଣ ଦୁର୍ବୁତ ତାଙ୍କ ମରଣାତ୍ମକ ଆକ୍ରମଣ କଲେ ଏବଂ ତାଙ୍କ ତଂଟି ଧରି ଚିପିଦେବା ବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯାହାକି ଅତି ନିନ୍ଦନୀୟ ଘଟଣା ବୋଲି ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କାଲିର ଘଟଣା ପରେ ସୁରକ୍ଷାକର୍ମୀ ଥାନାରେ ଏତଲା ଦେବାପରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରି ୫ଜଣ ପରିବର୍ତେ ଜଣକୁ ଗିରଫ କରିଛି ଯିଏ କେନ୍ଦୁୂଝର ବିଜେପି ଯୁବ ମୋର୍ଚ୍ଚାର ଉପଦେଷ୍ଟା ବୋଲି ଜଣାପଡ଼ିଛି। ଏଥିରୁ ଏହି ଆକ୍ରମଣ ଘଟଣା ବିଜେପି ଦ୍ୱାରା ପ୍ରାୟୋଜିତ ବୋଲି ଜଣାପଡ଼ିଛି ଓ ପିସିସି ସଭାପତିଙ୍କୁ ଆକ୍ରମଣ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ଜେନା କହିଛନ୍ତି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ  ବିଧାୟକ ତାରାପ୍ରସାଦ ବାହିନୀ ପତି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦାକରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ଏନ୍‍ଏସ୍‍ ଏ ଲାଗୁ କରିବାକୁ ଦାବି କରିଛନ୍ତି। ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଏହି ଉକ୍ତି କହି ବିଜେଡ଼ି ଓ ବିଜେପି ଏକ ବୋଲି ଶ୍ରୀ ବାହିନୀପତି କହିଛନ୍ତି। ଚାଷୀ ସମସ୍ୟା ନେଇ ବିଜେପି ବିଚଳିତ ଥିବା ବେଳେ ତ୍ରିପୁରାର ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣା ୨୪ ଘଂଟା ନପୁରୁଣୁ ଓଡ଼ିଶା ପିସିସି ସଭାପତିଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ଘଟଣା ବିଜେପି ପ୍ରାୟୋଜିତ ବୋଲି ସେ କହିଛନ୍ତି। ବର୍ତମାନେ ଦେଶରେ ଚାଷୀ ସମସ୍ୟା ଦେଖାଦେଇଛି। ସେହିପରି ଉପସ୍ଥିତ ଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସରକାରଙ୍କୁ ଚେତାବନି ଦେଇଛନ୍ତି ଆଗାମୀ ଦିନରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦିଏ ତେବେ କଂଗ୍ରେସ ଚୁପ ନରହି ଦୃଢ଼ ଜବାବ ଦେବ ଏବଂ ରାଜ ରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବ। ଏହି ପ୍ରରୀପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି  ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି ଶ୍ରୀ ଅଭୟଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ଏବଂ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥଲେ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ୟାସିର ନୱାଜ, ଗିରିବାଳା ବେହରା, ନିଶିକାନ୍ତ ମିଶ୍ର, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଅଶୋକ ସ୍ୱାଇଁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories