www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ୧.୪୮ ଲକ୍ଷଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: ଦେଶରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଜାରି ରହିଛି। ସୋମବାର ଦେଶବ୍ୟାପୀ ୧ ଲକ୍ଷ ୪୮ ହଜାର ୨୬୬ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫଳରେ ଗତ ଶନିବାର ଏବଂ ସୋମବାର ଦୁଇ ଦିନରେ ଦେଶରେ ମୋଟ ୩ ଲକ୍ଷ ୮୧ ହଜାର ୩୦୫ ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୫୮୦ ଜଣଙ୍କଠାରେ ପାର୍ଶ୍ଵପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ଦିଲ୍ଲୀରେ ୩ ଜଣଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୨ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି। ଅନ୍ୟ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି। ଉତ୍ତରାଖଣ୍ଡରେ ଏମ୍‌ସରେ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଛତିଶଗଡ଼ରେ ମଧ୍ୟ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣରେ ରଖାଯାଇଛି। କର୍ନାଟକରେ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଟିକାକରଣ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ଟିକା ନୁହେଁ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମୁରାଦାବାଦରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତି ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। କର୍ନାଟକରେ ପ୍ରାଣ ହରାଇଥିବା ଯୁବକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ।

ତେବେ ଆଜି ଆନ୍ଧ୍ରପ୍ରଦେଶରେ ୯୭୫୮, ଅରୁଣାଚଳ ପ୍ରଦେଶରେ ୧୦୫୪, ଆସାମରେ ୧୮୭୨, ବିହାରରେ ୮୬୫୬, ଛତିଶଗଡ଼ରେ ୪୪୫୯, ଦିଲ୍ଲୀରେ ୩୧୧୧, ହରିୟାଣାରେ ୩୪୪୬, ହିମାଚଳ ପ୍ରଦେଶରେ ୨୯୧୪, ଜାମ୍ମୁ-କାଶ୍ମୀରରେ ୧୧୩୯, ଝାଡ଼ଖଣ୍ଡରେ ୨୬୮୭, କର୍ନାଟକରେ ୩୬,୮୮୮ ଜଣଙ୍କୁ ଟିକା ଦିଆଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories