www.samajalive.in
Sunday, December 14, 2025
23.1 C
Bhubaneswar

ମମତାଙ୍କୁ ହରାଇବି, ନଚେତ୍‌ ରାଜନୀତି ଛାଡ଼ିଦେବି: ଶୁଭେନ୍ଦୁ

କଲକାତା: ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜିଛନ୍ତି। ନିର୍ବାଚନରେ ମମତାଙ୍କୁ ନ ହରାଇଲେ ସେ ରାଜନୀତି ଛାଡ଼ିଦେବେ ବୋଲି କହିଛନ୍ତି।

ଏକ ରାଲିରେ ଶୁଭନ୍ଦେୁ କହିଛନ୍ତି, ପଶ୍ଚିମବଙ୍ଗରେ କ୍ଷମତାଶୀନ ଟିଏମସିର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନରେ ହରାଇବି। ଯଦି ଏପରି ନ ହେବ, ତେବେ ରାଜନୀତି ଛାଡ଼ିଦେବି। ମମତା ସୋମବାର ଶୁଭେନ୍ଦୁଙ୍କ ଗଡ଼ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ଶୁଭେନ୍ଦୁ ଏପରି ପ୍ରତ୍ୟୁତ୍ତର ଦେଇଛନ୍ତି। ମମତାଙ୍କୁ ସେ ୫୦ ହଜାରରୁ ଅଧିକ ଭୋଟରେ ପରାଜିତ କରିବେ ବୋଲି କହିଛନ୍ତି।

- Advertisement -

ଶୁଭେନ୍ଦୁ ମମତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ଦିଦି ନନ୍ଦିଗ୍ରାମ ଆନ୍ଦୋଳନ ଯୋଗୁ ୨୦୧୧ରେ କ୍ଷମତାକୁ ଆସିଥିଲେ। କିନ୍ତୁ ନନ୍ଦିଗ୍ରାମ ଆନ୍ଦୋଳନ ସମୟରେ କୃଷକମାନଙ୍କ ଉପରକୁ ଗୁଳି ଚଳାଇଥିବା ପୁଲିସ ଅଧିକାରୀ ଅରୁଣ ଗୁପ୍ତାଙ୍କୁ ତାଙ୍କ ସରକାର ୪ ଥର ପଦୋନ୍ନତି ଦେଇଛି। ନନ୍ଦିଗ୍ରାମର ଜନତା ମମତା ବାନାର୍ଜୀଙ୍କୁ ​କେବେ ବି କ୍ଷମା ଦେବେ ନାହିଁ।

ଏହାବ୍ୟତୀତ ରାଲି ଆରମ୍ଭ ହେବା ପୂର୍ବରୁ ହୋଇଥିବା ପଥରମାଡ଼କୁ ନେଇ ବି ଶୁଭେନ୍ଦୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ରାଲି ପାଇଁ ପୁଲିସର ଅନୁମତି ନିଆଯାଇଥିଲା। ତଥାପି କିଛି ଲୋକ ପଥରମାଡ଼ କରିଥିବା ଦେଖାଗଲା। କିନ୍ତୁ ଏହି ରଣନୀତି କାମ ଦେବନାହିଁ। କାରଣ ପଶ୍ଚିମବଙ୍ଗର ଲୋକମାନେ ଆମ ସହିତ ଅଛନ୍ତି ଏବଂ ସେ ଏକ ପରିବର୍ତ୍ତନ ଚାହୁଁଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories