www.samajalive.in
Sunday, December 14, 2025
23.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ୨ କି.ମି ବୁହା ହେଲେ ଗର୍ଭବତୀ ମହିଳା

ଠାକୁରମୁଣ୍ଡା : ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଶରତ ଥାନା ଅନ୍ତର୍ଗତ କଳମଗାଡ଼ିଆ ଗ୍ରାମପଞ୍ଚାୟତ ନାକଚିଡା ଗ୍ରାମରେ। ଆଜି ସେହି ଗ୍ରାମର ଗୁପ ସାମାଡ଼ଙ୍କ ସ୍ତ୍ରୀ ରାଧିକା ସାମାଡ଼ଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ କଲକରି ଡାକିଥିଲେ ହେଲେ ଗାଁ କୁ ଭଲ ରାସ୍ତା ନ ଥିବାରୁ ୨ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। ତେବେ  ୧୦୮ କର୍ମଚାରୀ ମାନଙ୍କ ମହନିୟତା ଯୋଗୁଁ ଦୁଇ କିଲୋମିଟର ଖଟିଆରେ ବୋହି ଆଣିଥିଲେ। ୧୦୮ କର୍ମଚାରୀ ଡ୍ରାଇଭର ତପନ ମହାନ୍ତ, EMT ସୁଦୀପ ମହାନ୍ତ, ହେଲପର ଲମ୍ଵଧର ମହାନ୍ତଙ୍କ ସହିତ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ  ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ  ଉଦଳା ଡାକ୍ତରଖାନା ରେ ଚିକିତ୍ସାପାଇଁ ଭର୍ତ୍ତି କରିଛନ୍ତି । ତେବେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ତା ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡ଼ିଛି । ତେବେ ଗତକାଲିର ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories