www.samajalive.in
Saturday, December 6, 2025
15.1 C
Bhubaneswar

ଈଶାନ୍ତଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟିଲା

ବର୍ମିଂହାମ୍‍  : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ ସମୟରେ ଅରୁଚିକର ଆଚରଣ ପ୍ରଦର୍ଶନ କରିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟାଯାଇଥିବା ଜଣାପଡ଼ିଛି।
ପ୍ରଥମ ଟେଷ୍ଟ ମ୍ୟାଚ୍‍ର ତୃତୀୟ ଦିନ ଖେଳରେ ଈଶାନ୍ତ ଇଂଲଣ୍ଡ ବ୍ୟାଟସମ୍ୟାନ୍‍ ଡାୱିଡ୍‍ ମାଲାନ୍‍ଙ୍କୁ ଆଉଟ୍‍ କରିବା ପରେ ଯେପରି ଆଚରଣ ପ୍ରଦର୍ଶନ କଲେ ତାହା ଆଇସିସିର ଆଦର୍ଶ ଆଚରଣବିଧି ନିୟମର ଧାରା ୨.୧.୭ ଭଙ୍ଗ କରୁଥିବା ଦର୍ଶାଇ ତାଙ୍କର ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟାଯିବା ସହ ଗୋଟିଏ ଡିମେରିଟ୍‍ ପଏଣ୍ଟ ପ୍ରଦାନ କରାଯାଇଥିବା ଆଇସିସି ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ତୃତୀୟ ଦିନ ଖେଳରେ ମାଲାନ୍‍ଙ୍କୁ ଆଉଟ୍‍ କରିବା ପରେ ଈଶାନ୍ତ ତାଙ୍କ ଆଡ଼କୁ ମାଡି ଯାଇଥିବା ଦେଖିବାକୁ ମିଳିଥିଲା। ଏପରି ଆଚରଣ ଦ୍ୱାରା ଈଶାନ୍ତ ବ୍ୟାଟସମ୍ୟାନ୍‍ଙ୍କୁ ପ୍ରତିକ୍ରିୟା ପ୍ରକାଶ କରିବାକୁ ଉସୁକାଉଥିବା ଅନୁଭବ କରି ପଡ଼ିଆରେ ଉପସ୍ଥିତ ଦୁଇ ଅମ୍ପାୟାର ଅଲିମ୍‍ ଦାର ଓ କ୍ରିସ ଗାଫେନି, ତୃତୀୟ ଅମ୍ପାୟାର ମାରାଇସ୍‍ ଏରାସମସ୍‍ ଓ ଚତୁର୍ଥ ଅମ୍ପାୟାର ଟିମ୍‍ ରବିନ୍‍ସନ୍‍ ଆଇସିସି ମ୍ୟାଚ୍‍ ଫେରରି ଜେଫ୍‍ କ୍ରୋଙ୍କ ନିକଟରେ ଅଭିଯୋଗ କରିଥିଲେ। ଈଶାନ୍ତ ଅଭିଯୋଗକୁ ସ୍ୱୀକାର କରିବା ପରେ ତାଙ୍କର ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟାଯିବା ସହ ଗୋଟିଏ ଡିମେରିଟ୍‍ ପଏଣ୍ଟ ପ୍ରଦାନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories