www.samajalive.in
Saturday, December 6, 2025
19.1 C
Bhubaneswar

ଜାଇକା ଯନ୍ତ୍ରଣା ଆଉ ଦେଢ଼ ବର୍ଷ

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରବାସୀ ଆଉ ଦେଢ଼ବର୍ଷ କାଳ ବର୍ଜ୍ୟଜଳରେ ଘାଣ୍ଟି ହେବେ। ୨୦୧୯ ଡିସେମ୍ବର ଆଡକୁ ଦ୍ୱୈତନଗରୀବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସ୍ୱେରେଜ୍‍ ସଂଯୋଗର ଉପକାରିତା ମିଳିବ ବୋଲି ଶନିବାର ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଜଣାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଥମ ପର୍ଯ୍ୟାୟରେ ୨୦୧୯ ମାର୍ଚ୍ଚ ସୁଦ୍ଧା କଟକ ଓ ଭୁବନେଶ୍ୱରର କେତେକ ଅଞ୍ଚଳକୁ ସ୍ୱେରେଜ ସଂଯୋଗ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି।
ବୈଠକ ପରେ ଜାଇକା ପ୍ରକଳ୍ପ ନିର୍ଦେଶକ ବସନ୍ତ କୁମାର ପରିଡା କହିଛନ୍ତି ଯେ ଭୁବନେଶ୍ୱରରେ ଜାଇକା କାର୍ଯ୍ୟ ୭୦ ପ୍ରତିଶତ ଛୁଇଁଥିବାବେଳେ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟ ୫୮ ପ୍ରତିଶତ ହୋଇଛି। ସେହିପରି କଟକରେ ୭୫ ପ୍ରତିଶତ ସ୍ୱେରେଜ୍‍ କାର୍ଯ୍ୟ ଶେଷ ହୋଇଥିବାବେଳେ ପ୍ଲାଣ୍ଟ କାର୍ଯ୍ୟ ୯୦ ପ୍ରତିଶତ ହୋଇଛି।ତେବେ ଚଳିତବର୍ଷ ଡିସେମ୍ବର ସୁଦ୍ଧା କଟକ ସହରର ୪ଟି ସ୍ୱେରେଜ୍‍ ଜୋନ୍‍କୁ ପୂର୍ଣ୍ଣାଙ୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ ବର୍ଷାଜଳ ନିଷ୍କାସନ ଲାଗି ତୁଳସୀପୁର ପମ୍ପ ହାଉସ କାର୍ଯ୍ୟକ୍ଷମ ହୋଇଛି। ପୁଲିସ କଲୋନୀ, ବିଦ୍ୟାଧରପୁର ପ୍ରଭୃତି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି। ଚଳିତବର୍ଷ ସୁଦ୍ଧା ଜୋନ୍‍-୧, ୨, ୩କୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୋନ୍‍-୪ ଓ ୫ କାର୍ଯ୍ୟା ଆସନ୍ତାବର୍ଷ ଶେଷ ସୁଦ୍ଧା କାର୍ଯ୍ୟାନ୍ୱୟନ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ପୂର୍ଣ୍ଣାଙ୍ଗ ହେଉଥିବା ଜୋନ୍‍ ଗୁଡିକରେ ମୁଖ୍ୟ ଚାନେଲ ସହ ଘରୋଇ ପାଇଖାନାଗୁଡିକ ସଂଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଭୁବନେଶ୍ୱର ଓ କଟକରେ ସ୍ୱେରେଜ୍‍ ପ୍ରକଳ୍ପ କାର୍ଯ୍ୟ ଲାଗି ୨୦୦୮ରେ ଜାଇକାକୁ ଦେବା ପାଇଁ ସ୍ଥିର ହୋଇଥିଲା। ୨୦୧୧ରେ ପ୍ରକଳ୍ପକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୪ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାପାଇଁ ସ୍ଥିର
ହୋଇଥିବାବେଳେ ଇତିମଧ୍ୟରେ ୭ବର୍ଷ ବିତିଲାଣି। କାର୍ଯ୍ୟାନ୍ୱୟନ ପାଇଁ ଆଉ ଦେଢ଼ବର୍ଷ ସମୟ ଲାଗିବ। ତେବେ ଜୁନ୍‍ ୨୦୧୭ ସୁଦ୍ଧା ଭୁବନେଶ୍ୱର ପ୍ରକଳ୍ପ ୪୬ ପ୍ରତିଶତ ହୋଇଥିବାବେଳେ ଏବେ ୭୦ ପ୍ରତିଶତରେ ପହଞ୍ଚିଛି। ସେହିପରି କଟକରେ ୫୮ ପ୍ରତିଶତ ହୋଇଥିବାବେଳେ ଏବେ ୭୫%ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ୧୮ପ୍ରତିଶତ କାର୍ଯ୍ୟ ଆଗେଇଛି ବୋଲି ଜଣାଯାଇଛି। ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍‍, ବିଏମ୍‍ସି କମିଶନର ଡ. କ୍ରିଷ୍ଣ କୁମାର, ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories