www.samajalive.in
Sunday, December 14, 2025
26.1 C
Bhubaneswar

ଲକ୍ଷ୍ମୀପୁର ବିଡିଓ ବହିଷ୍କୃତ, ପିପିଲିରେ ଅତିରିକ୍ତ ତହସିଲଦାର ଥିବା ବେଳର ଘଟଣାକୁ ନେଇ ହେଲେ ବହିଷ୍କୃତ

ଲକ୍ଷ୍ମୀପୁର :  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବିଡିଓ ଦିଲ୍ଲୀପ କୁମାର ପଟ୍ଟନାୟକ ଚାକିରୀରୁ ବହିଷ୍କୃତ ହୋଇଛନ୍ତି। ସେ ପୁରୀ ଜିଲା ପିପିଲିରେ ୨୦୦୯ ମସିହାରେ ଅତିରିକ୍ତ ତହସିଲଦାର ଥିବା ବେଳେ ତାଙ୍କ ନାମରେ ଏକ ମାମଲା ବିଚାରାଧିନ ଥିଲା। ଯେଉଁଥିପାଇଁ ସରକାର ତାଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣା ପଡ଼ିଛି। ଏହି ଖବର ମିଳିବା ପରେ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ପଚରା ଯିବାରୁ ସେ ଏହା ସ୍ପଷ୍ଟ କରିଛନ୍ତି । ଶ୍ରୀ ପଟ୍ଟନାୟକ ଲକ୍ଷ୍ମୀପୁର ବ୍ଲକକୁ ବିଡିଓ ହୋଇ ଆସିବା ଅଳ୍ପ କେଇ ମାସହେଲା। ତେବେ ଅଳ୍ପ କିଛି ମାସ ମଧ୍ୟରେ ସେ ଏଠାରେ ଅନେକ ବିବାଦ ଘେରକୁ ଚାଲି ଆସିଥିଲେ। ଦଶହରା ବେଳେ ଜିଲାପାଳଙ୍କ ନାମରେ ସରପଞ୍ଚ ମାନଙ୍କ ଠାରୁ ଚାନ୍ଦା ମାଗିବା ଘଟଣା ଅଡିଓ କିଛି ସରପଚଂଙ୍କ ଅଡିଓ ରେକର୍ଡ ଭାଇରାଲ ହେବା ସହିତ ଠିକାଦାରଙ୍କ ବିଲ କରିବାରେ ବିଳମ୍ବ, ମହିଳା କନିଷ୍ଠ ଯନ୍ତ୍ରୀଙ୍କ ତାଙ୍କ କାର୍ଯ୍ୟରେ ହଇରାଣ ଆଦି ଏକାଧିକ ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଏପରିକି ଦଶହରା ଚାନ୍ଦା ମାଗିବା ଘଟଣାକୁ ନେଇ ବ୍ଲକର ଲୋକ ପ୍ରତିନିଧି ମାନେ ପି.ଡି.ଡି.ଆର ଡି.ଏ .ଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କର ମଧ୍ୟ ଦ୍ୱାରସ୍ତ ହୋଇଥିଲେ। ତା’ର ତଦନ୍ତ କରିବା ପାଇଁ ଜିଲା ପାଳ ପି.ଡି.ଡି.ଆର ଡି.ଏ ଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ପଠାଇଥିଲେ ତଦନ୍ତ କରିବା ପାଇଁ । ସେହିପରି ବିଭିନ୍ନ କାରଣରୁ ତାଙ୍କ ବିରୋଧରେ ସର୍ବଦଳୀୟ ନେତା ମାନେ ଏକଜୁଟ ହୋଇ ପ୍ରତିବାଦ କରିବା ସହିତ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିବା ସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ତାଲାପକାଇବା ପାଇଁ ବାହାରିଥିଲେ। ତେବେ ଯାହା ହେଉ ନା କାହିଁକି କାଉ ଉଡ଼ିବା ବେଳେ ତାଳ ପଡ଼ିବା ନ୍ୟାୟୟରେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ଆକ୍ରୋଶ ରହିଥିଲା କିଛି ହୋଇ ପାରୁ ନଥିଲା କିନ୍ତୁ ପୁରୁଣା ଘଟଣା ବଳରେ ତାଙ୍କୁ ସରକାର ଚାକିରୀରୁ ବହିଷ୍କୃତ କରିଛନ୍ତି। ଯାହାକୁ ନେଇ ଲକ୍ଷ୍ମୀପୁର ବ୍ଲକରେ ଆଲୋଚିତ ହେଉଥିବା ବେଳେ ବହିଷ୍କୃତ ପାଇଁ ଯେଉଁ ମାନେ ଦାବି କରୁଥିଲେ ସେମାନେ ପର୍ତମାନ ଏକ ପ୍ରକାର ଖୁଷି ବ୍ୟକ୍ତ କରୁଥିବା ଜଣା ଯାଉଛି। ସେହିପର ବିବାଦରେ ଛନ୍ଦି ହେଲାପରେ ସେ ପ୍ରାୟ ତଃ କାର୍ଯ୍ୟାଳୟକୁ ଆସୁନଥିଲେ,କିନ୍ତୁ କର୍ମଚାରୀଙ୍କ କହିବା ପ୍ରକାରେ ସେ କୁଆଡ଼େ କାଲିଠାରୁ ଲକ୍ଷ୍ମୀପୁରରୁ ପଳାଇ ଯାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories