www.samajalive.in
Sunday, December 14, 2025
14.1 C
Bhubaneswar

ସୀମାନ୍ତରେ ପୁଣି ମାଓ ମେଳି , ଗୁରୁପ୍ରିୟାକୁ ବିରୋଧ

ମାଲକାନଗିରି : ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସିପିଆଇ ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଇଥିଲା। ଶୁକ୍ରବାର ଶେଷ ଦିନରେ ପୁଣି ବିଛିନାଞ୍ଚଳରେ ମାଓବାଦୀ ମାନେ ଏକ ପ୍ରଜାମେଳି କରି ପୁଲିସ ଓ ପ୍ରଶାସନକୁ ଖୋଲା ଆହ୍ୱାନ ଦେଇଛନ୍ତି।
ଆନ୍ଧ୍ର-ଓଡିଶା ସୀମାନ୍ତ ରାଙ୍ଗାବେଲୀ ପଞ୍ଚାୟତ ଅନ୍ତର୍ଗତ କସପୁଟ ଠାରେ ମାଓନେତା ସୁଧୀରଙ୍କ ନେତୃତ୍ୱରେ ଲାଲ ବାହିିନୀ ପକ୍ଷରୁ ବ୍ୟାପକ ସଚେତନତା ସଭା କରାଯାଇ ଅସ୍ତାୟୀ ସ୍ତୁପ ନିକଟରେ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବିଚ୍ଛିିନ୍ନାଞ୍ଚଳ ଓଡିଶା ସରକାର ପକ୍ଷରୁ ନିର୍ମିତ ଗୁରୁପ୍ରିୟାସେତୁ ଓଡିଶା ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ଖଣିଜ ସମ୍ପଦ ଲୁଟ୍‍ କରିବାର ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିବା ସହ ବିଚ୍ଛିନ୍ନାଞ୍ଚଳରେ ଏକ ସ୍ତୁପ ସହ ସହିଦ ସ୍ତମ୍ବ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ପୁଲିସ ବାହିନୀ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ବିଛିନ୍ନାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ମାଓବାଦୀ ମାନେ ଏଭଳି ସଭା ସମିତି ଆୟୋଜନ କରି ମାଓ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ପ୍ରଚାର କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories