www.samajalive.in
Sunday, December 14, 2025
16.1 C
Bhubaneswar

ଟିକାକରଣର ଶୁଭାରମ୍ଭ ନିମନ୍ତେ ସମ ହସପିଟାଲରେ ପ୍ରସ୍ତୁତି; ଡ଼ାକ୍ତର ଅଶୋକ ମହାପାତ୍ର ନେବେ ପ୍ରଥମ କରୋନା ଟୀକା

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କୋଭିଡ୍‍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ‘ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଆମର ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରଥମ ଦିନ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍‍ ଟିକା ପ୍ରଦାନ କରାଯିବ’ ବୋଲି ଆଇଏମ୍‍ଏସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ର ମେଡିକାଲ୍‍ ସୁପରିଟେଣ୍ଡେନ୍‍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମ୍‍ଏସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍। ପୂର୍ବରୁ କୋଭିଡ୍‍-୧୯ ଭାକ୍ସିନ୍‍ ‘କୋଭାକ୍ସିନ୍‍’ ର କ୍ଲିନିକାଲ୍‍ ଟ୍ରାଏଲ୍‍ ନିମନ୍ତେ ଆଇଏମ୍‍ଏସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍କୁ ମନୋନୀତ କରାଯାଇଥିଲା।
ଶନିବାର ସକାଳେ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲୀ ଉଦ୍‍ଘାଟନ କରିବା ପରେ ସମ୍‍ ହସ୍ପିଟାଲ୍‍ରେ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍‍ ଟୀକା ପ୍ରଦାନ କରାଯିବ।  ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍‍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମ ଟିକା ପ୍ରଦାନ କରାଯିବ ଏବଂ ତା’ ପରେ ଦିନସାରା ଟିକାକରଣ ଜାରୀ ରହିବ।

- Advertisement -

ପ୍ରଫେସର ମହାପାତ୍ରଙ୍କ ବ୍ୟତିତ ଆଇଏମ୍‍ଏସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ ଓ ସମ୍‍ ଅଲ୍ଟିମେଟ୍‍ ମେଡିକେୟାର ପକ୍ଷରୁ ୫ ଜଣ ଡାକ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ଭର୍ଚୁଆଲ୍‍ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି। ସମ୍‍ ଅଲ୍ଟିମେଟ୍‍ ମେଡିକେୟାରର କ୍ରିଟିକାଲ୍‍ କେୟାର ମେଡିସିନ୍‍ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ଆଇଏମ୍‍ଏସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ର ଆଡିସ୍‍ନାଲ୍‍ ମେଡିକାଲ୍‍ ସୁପରିଟେଣ୍ଡେନ୍‍ଟ ଡଃ ରାଜେଶ ଲେଙ୍କା, ନ୍ୟୁରୋ ଆଇସିୟୁ ବିଭାଗର ଇନ୍‍ଚାର୍ଜ ଡଃ ଈଶ୍ୱର ବେହେରା, ଇମ୍ୟୁନୋଲୋଜି ଓ ର‍୍ୟୁମାଟୋଲୋଜି ବିଭାଗର ପ୍ରଫେସର ଡଃ ପ୍ରଦୀପ୍ତ ପାତ୍ର ଏବଂ ସେ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।
ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍‍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍‍କୁ ରେଜିଷ୍ଟ୍ରେସନ୍‍, ୨ଟିକୁ ଟିକାକରଣ ଏବଂ ୨ଟି ହଲ୍‍କୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍‍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି। ଯଦିଓ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories