www.samajalive.in
Friday, December 12, 2025
16.1 C
Bhubaneswar

ପଞ୍ଜିକୃତ ହେବ ବ୍ଳକ୍‍ କଳା ସଂସ୍କୃତି ସଂଘ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲୁଧାପାଲିଠାରେ ବ୍ଳକର ବିଭିନ୍ନ ପଞ୍ଚାୟତ ତଥା ଗ୍ରାମର କଳାକାରମାନଙ୍କୁ ନେଇ ଗଠିତ କଳା ସଂସ୍କୃତି ସଂଘ ପଞ୍ଜିକୃତ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବ୍ଳକ୍‍ ସମାଜିକ ସୁରକ୍ଷା ଅଧିକାରୀ ରଞ୍ଜୁକ୍ତ ମେହେରଙ୍କ ଠାରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। ସୂଚିତ ଯେ ଦୁଇ ବର୍ଷ ତଳେ ବ୍ଳକର କଳାକାରମାନେ ନିଜସ୍ୱ ଉଦ୍ୟମରେ କଳା ସଂସ୍କୃତି ସଂଘ ଗଠନ କରିଥିଲେ। ଗତ ୧୩ ତାରିଖ ଦିନ ବିଏସ୍‍ଏସ୍‍ଓ ରଞ୍ଜୁକ୍ତା ମେହେର ଲୁଧାପାଲିରେ ଥିବା କଳା ସଂସ୍କୃତି ସଂଘ କାର୍ଯ୍ୟାଳୟ ପରିଦର୍ଶନ କରି ସଂଘର କର୍ମକର୍ତ୍ତା ଏବଂ ସଭ୍ୟମାନଙ୍କୁ ସାକ୍ଷାତ କରି ସଂଘ ପଞ୍ଜିକରଣର ବିଭିନ୍ନ ଦିଗ ଉପରେ ମାର୍ଗ ଦର୍ଶନ କରିଥିଲେ।

ଏହି ଅବସରରେ ବିଏସ୍‍ଏସ୍‍ଓଙ୍କୁ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କରୋନା କଟକଣା ଯୋଗୁଁ ଜୀବିକା ଠପ୍‍ ହେବା ଫଳରେ କଳାକାରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସଂକ୍ରାନ୍ତରେ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆକାଶବାଣୀ କଳାକାର ପୂର୍ଣଚନ୍ଦ୍ର ପଟେଲ ଏବଂ ସାଥୀ ସଂଚାର ଏବଂ ପ୍ରମୋଦ ମିର୍ଦ୍ଧା ଓ ତାଙ୍କ ଦଳ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ ସଂଘର ସଭାପତି ମନବୋଧ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories