www.samajalive.in
Friday, December 12, 2025
15.1 C
Bhubaneswar

ଲୋହରା ସମାଜକୁ ଆଦିବାସୀ ସଂପ୍ରଦାୟ ମାନ୍ୟତା ପାଇଁ ଦାବୀ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ କିନାଲୋଇ ପଞ୍ଚାୟତର କଟେରଧୁଆ ଗ୍ରାମରେ ଷାଠିଏ ଘର କୁଠିମଡା ଲୋହରା ସମାଜରେ ଆନ୍ତଃ ଜିଲ୍ଲା ସମାବେଶ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ସମାବେଶରେ ସମ୍ବଲପୁର, ଝାରସୁଗୁଡା, ଦେବଗଡ ଏବଂ ସୁନ୍ଦରଗଡ ଜିଲ୍ଲା ଲୋହରା ସମାଜର ବହୁ ସଂଖ୍ୟକ ସଦସ୍ୟ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଲୋହରା ସମାଜରେ ଆରାଧ୍ୟ ଦେବତା ବିଶ୍ୱକର୍ମା ଏବଂ ଈଶ୍ୱର-ପାର୍ବତୀଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ସଦାଶିବ ନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।

ବିଶ୍ୱକର୍ମାଙ୍କ ବଂଶଧର ହୋଇଥିବା ଷାଠିଏ ଗର କୁଠିମଡା ଲୋହରା ସମାଜର ଲୋକେ ପ୍ରାଚୀନ କାଳରୁ ଲୁହା ସାମଗ୍ରୀ ତିଆରି କରି କୋଡି, କୋଦାଳ, ଗଇନ୍ତି, ଲଙ୍ଗଳ ଲୁହା, ଶାବଳ, ବାରିସୀ ଟାଙ୍ଗିଆ, ଲୁହା କଣ୍ଟା, ଲୁହା କଠେଇ, ତାଓା, ପାତିଆ ଆଦି କୃଷି ଠାରୁ ଆରମ୍ଭ କରି ଗୃହ ନିର୍ମାଣ ତଥା ରୋଷେଇ ପାଇଁ ଆବଶ୍ୟକ ସରଞ୍ଜାମ ତିଆରି କରି ଝୀବକା ନିର୍ବାହ କରିଆସୁଛନ୍ତି। ଆଦିମ କାଳରୁ ଲୋହରା ଜାତିର ଏହା କୌଳିକବୃତ୍ତି। ତେବେ ସରକାର ଲୋହରା ଜାତିକୁ ଏପର୍ଯ୍ୟନ୍ତ ଆଦିବାସୀ ସଂପ୍ରଦାୟ ମାନ୍ୟତା ଦେଇ ନଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା।

- Advertisement -

ଏହି ଅବସରରେ ଷାଠିଏ ଘର କୁଠିମଡା ଲୋହରା ସମାଜର କଟେରଧୁଆ ଗୁଡି ସ୍ଥାପନ କରାଯାଇଥିଲା ଏବଂ ଗୁଡିର କର୍ମକର୍ତ୍ତ ମନୋନୀତ କରାଯାଇଥିଲା। ନୃପଲାଲ ପେଠେଇଙ୍କୁ ସ୍ଥାୟୀ ସଭାପତି ରୂପେ ମନୋନୀତ କରାଯାଇଥିବା ବେଳେ ପ୍ରହଲ୍ଲାଦ ପେଠେଇ ଉପ-ସଭାପତି ଓ ସୁରେଶ ପାଟରନ ଚୁରିଆଙ୍କୁ ସମ୍ପାଦକ ଚୟନ କରାଯାଇଥିଲା। ଅର୍ଜୁନ ବସରା ସହ-ସମ୍ପାଦକ, ଚତୁର୍ଭୁଜ ଆଇନ୍ଦ କୋଷାଧକ୍ଷ ଏବଂ ଶ୍ରୀକାନ୍ତ ଡଙ୍କୋ ସହ-କୋଷାଧକ୍ଷ ରୂପେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ସମସ୍ତ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଟେରଧୁଆ ଗୁଡି ଅନ୍ତର୍ଭୂକ୍ତ ଥିବା ସମସ୍ତ ଗ୍ରାମର ବୋର୍ଡ ମେମ୍ବର ମଧ୍ୟ ଗଠନ କରାଯାଇଥିଲା।

ଅନୁଷ୍ଠିତ ସଭାରେ ସୁନ୍ଦରଗଡର ଗଜାଧର କମାର ମୁଖ୍ୟ ଅତିଥି, ବ୍ରଜରାଜନଗରର ଝଗୁ ବେନିଆଁ ମୁଖ୍ୟବକ୍ତା ଏବଂ ଭବାନୀଶଙ୍କର କମାର, ରୋହିତ ପ୍ରଧାନ, ପ୍ରଫୁଲ୍ଲ ଲୋହରା, ଶଶି ନାଗ, ତପନ ନେଟୀ, ପୂର୍ଣଚନ୍ଦ୍ର ଲୋହାର, କୈଲାସ ବେନିଆଁ, ଅଚ୍ୟୁତ ଲୋହରା, ଦାୟାନନ୍ଦ ପେଠେଇ, ଅନନ୍ତ ପ୍ରଧାନ, ଲଙ୍କେଶ୍ୱର ବସରା, ମନୋଜ ବସରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories