www.samajalive.in
Saturday, December 13, 2025
18.1 C
Bhubaneswar

ଖାକି ବାବୁଙ୍କୁ ‘କଳା କାଚ’ ଡ଼ର!

ପୁଲିସ ବାବୁଙ୍କ ଘାରିଛି ‘କଳା କାଚ’ ଡ଼ର । ଏହି ଡ଼ର ଏତେ ପ୍ରବଳ ଯେ ସୁପ୍ରିମକୋର୍ଟ ଓ ସରକାରଙ୍କ ନିର୍ଦେଶକୁ ବି କାର୍ଯ୍ୟକାରୀ କରିବାକୁ ବାବୁମାନେ ଡ଼ରୁଛନ୍ତି ।   କଳା କାଚ ଲାଗିଥିବା ବଡ଼ବଡ଼ ଗାଡ଼ି ଚଢ଼ୁଥିବା ଲୋକମାନେ ଖାଲି ପାୱାରଫୁଲ ନୁହନ୍ତି, ତାଙ୍କର ପହୁଞ୍ଚ ବି ଢ଼େର ଉପରେ । କାହାର ପୁଲିସ ‘ସାହେବ’ଙ୍କ ସହ ସମ୍ପର୍କ ତ କିଏ ପୁଣି ବଡ଼ବଡ଼ ବାବୁମାନଙ୍କ ବାବୁଆଣୀମାନଙ୍କ ନିକଟରେ ପହଞ୍ଚାଉଛନ୍ତି ଭଳିକି ଭଳି ଉପହାର । ଏପରି ଲୋକଙ୍କ ଗାଡ଼ିରୁ କଳା କାଚ କାଢ଼ି ବିପଦ ଡ଼ାକିବାକୁ କୁଆଡ଼େ ସାନ ପୁଲିସ ବାବୁ ଭୟ କରୁଛନ୍ତି ।

ଅଭିଯୋଗ ଅନୁସାରେ ଅନେକ କ୍ଷମତାଶାଳୀ ବ୍ୟକ୍ତି ନିଜ କାରରେ କଳା ଫିଲ୍ମ ଲଗାଇ ଯାତାୟତ କରୁଥିବାଯୋଗୁଁ ସେମାନଙ୍କୁ ଧରିବାକୁ ପୁଲିସ ବା ପରିବହନ ବିଭାଗର ଅଧିକାରୀମାନେ ସାହସ କରିପାରୁ ନାହାନ୍ତି । ଏପରିକି କିଛି ରାଜନୈତିକ ଦଳର ନେତାମାନଙ୍କ ବ୍ୟକ୍ତିଗତ ଗାଡ଼ିରେ ମଧ୍ୟ କଳା କାଚ ଲାଗିଛି । ତେଣୁ ସେମାନଙ୍କୁ ରାସ୍ତାରେ ଅଟକାଇ କଳା କାଚ ବ୍ୟବହାର କରୁଥିବା ଯୋଗୁଁ ଜୋରିମାନା କରିବା କିମ୍ବା ଗାଡ଼ି କାଚରୁ କଳା ଫିଲ୍ମ ହଟାଇବା ସହଜ ହେଉ ନଥିବା କୁହାଯାଉଛି ।

- Advertisement -

ବଡ଼ବଡ଼ କମ୍ପାନୀର ଦାମୀ ଗାଡ଼ି ଝରକାରେ କଳା ସ୍କ୍ରିନ କମ୍ପାନୀ ପ୍ରଦାନ କରୁଛି । ଆବଶ୍ୟକସ୍ଥଳେ ଏହାକୁ କଢ଼ାଯିବାର ବ୍ୟବସ୍ଥା ହୋଇଛି । ମାତ୍ର କିଛି ଗାଡ଼ି ମାଲିକ କାର ୱିଣ୍ଡୋରେ କଳା ଫିଲ୍ମ ଲଗାଉଥିବା ଦେଖାଯାଉଛି । ଯାହା ଫଳରେ ଗାଡ଼ିର ଆଭ୍ୟନ୍ତର ଦୃଶ୍ୟମାନ ହେଉନାହିଁ ।  ଏହିପରି ଗାଡ଼ି ବ୍ୟବହାର କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି, ଦେହ ବ୍ୟବସାୟ ନିମନ୍ତେ ଯୁବତୀ ଚାଲାଣ ବେଳେ ମଧ୍ୟ ଏହିପରି ଗାଡ଼ି ବ୍ୟବହାର ହେଉଥିବା ଅଭିଯୋଗ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି ।

କଳା ଫିଲ୍ମ ବା କଳା ସ୍କ୍ରିନ ଲାଗୁଥିବା ଗାଡ଼ିଗୁଡ଼ିକ ଅଧିକାଂଶ ସମୟରେ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ କାଢ଼ିବାକୁ ନିର୍ଦେଶ ଦେଇଛନ୍ତି । ମାତ୍ର ଏହି ନିର୍ଦେଶକୁ ନାଁ ମାନୁଛି ପୁଲିସ ନା ମାନୁଛି ପରିବହନ ବିଭାଗ । କିଛିଦିନ ତଳେ ‘ସମାଜ’ରେ ଏ ସଂକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ପୁଲିସ  ଗାଡ଼ିରୁ କଳା କାଚ ବାହାର କରିବା ଅଭିଯାନ ଆରମ୍ଭ କରିଥିଲା ପୁଲିସ । ମାତ୍ର ଦିନ କେଇଟା ପରେ ତାହା ପୁଣି ବନ୍ଦ ହୋଇଗଲା ।

ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କାରରେ କଳା କାଚ ଲଗାଇବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି । କେବଳ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରି କାରରେ କଳା କାଚ ଲାଗି ପାରିବ ନାହିଁ । ତେଣୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସରକାରୀସ୍ତରରେ ନିର୍ଦେଶ ଦିଆଯାଇଛି । ତେବେ ନିର୍ଦିଷ୍ଟ ଭାବରେ ଏଯାଏ କେତେ ଗାଡ଼ିରୁ କଳା କାଚ ବା କଳା ଫିଲ୍ମ ହଟାଯାଇଛି ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ଖୁବ୍ ଶୀଘ୍ର ଏ ଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories