www.samajalive.in
Saturday, December 13, 2025
21.1 C
Bhubaneswar

ସରକାରୀ ଜାଗାରେ ମଦ ଦୋକାନ : ଭାଙ୍ଗିଲା ପ୍ରଶାସନ

ବ୍ରହ୍ମପୁର : ବ୍ରହ୍ମପୁର ସହର ଖୋଡ଼ାସିଙ୍ଗି ଅଞ୍ଚଳରେ ସରକାରୀ ଜାଗା ଉପରେ ନିର୍ମିତ ଦୁଇଟି ମଦ ଦୋକାନକୁ ଶୁକ୍ରବାର ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଉଭୟ ଦୋକାନକୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଗୋଟିଏ ଦୋକାନ ଖୋଡ଼ାସିଙ୍ଗି ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ବେଳେ ଅନ୍ୟଟି ଖୋଡ଼ାସିଙ୍ଗି ପୋଖରୀ ହୁଡ଼ାରେ ନିର୍ମିତ ହୋଇଥିଲା। ଅନେକ ବର୍ଷ ହେଲା ଦୋକାନକୁ ଏନେଇ ନୋଟିସ୍‌ ଦିଆଯାଇଥିଲା। ହେଲେ ମାଲିକମାନେ ଦୋକାନ ହଟାଇବା ବଦଳରେ ଆହୁରି ବେପାରକୁ ବଢ଼ାଇ ଦେଇଥିଲେ। ଦୈନିକ ପ୍ରବଳ ଜନଗହଳି ହେଉଥିଲା। ରାସ୍ତାରେ ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଥିଲା । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ଗୁରୁବାର ଉପଜିଲାପାଳ ଭି.କିର୍ତ୍ତି ଭାସନ, ଏସ୍‌ଡିଏମ୍‌ ଡ.ଶ୍ବେତ କୁମାର ଦାସଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଦୋକାନ ଉପରେ ଚଢ଼ଉ କରିଥିଲେ। ଉଭୟ ଦୋକାନକୁ ସିଲ୍‌ କରିଦେଇଥିଲେ। ଶୁକ୍ରବାର ଦୋକାନ ଦ୍ବୟକୁ ଭାଙ୍ଗି ଦିଆଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories