www.samajalive.in
Saturday, December 13, 2025
18.1 C
Bhubaneswar

ନିଆରା ଢଙ୍ଗରେ ମକର ଉତ୍ସବ ପାଳନ କଲା ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ଟିମ୍‌

ଭୁବନେଶ୍ୱର: କାହା ମନରେ ଟିକେ ହସ, କାହା ମନରେ ଟିକେ ଖୁସି ଭରିଦେବା ଠାରୁ ଜୀବନରେ ଆଉ କ’ଣ ଅଧିକ ଅର୍ଜନ କରାଯାଇପାରେ। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମନରେ ଟିକେ ଖୁସି ଭରିଦେବା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ପୁରା ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ଉପକଣ୍ଠ ‘ଆଶ୍ରୟ’ ବୃଦ୍ଧାଶ୍ରମରେ। ଆଶ୍ରୟରେ ସମବେତ ହୋଇଥିଲେ ଏହି ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ ଏବଂ ନିଆରା ଢଙ୍ଗଳରେ ପାଳନ କରିଥିଲେ ମକର ଉତ୍ସବ। ନାଚଗୀତରେ ଧୁମ୍‌ ମଚାରଇବା ସାଙ୍ଗକୁ ଗୁଡ଼ି ଉଡ଼ା ଓ ପାରମ୍ପରିକ ମକର ଉତ୍ସବ ପାଳନ କରିଥିଲେ ସେମାନେ।

 

- Advertisement -

ଆଶ୍ରୟର ଅନ୍ତେବାସୀମାନେ ସେମାନଙ୍କ ପ୍ରିୟ କଳାକାରଙ୍କୁ ପାଖରେ ପାଇ ବେଶ ଖୁସି ହୋଇଯାଇଥିଲେ ଏବଂ ହସଖୁସିରେ ମାହୋଲ ଆଶ୍ରୟର ପରିସରକୁ ଉତ୍ସବ ମୁଖର କରିଦେଇଥିଲା। କୁନି କୁନି ପିଲାମାନେ କଳାକାରଙ୍କ ସହ ମିଶି ଗୁଡ଼ି ଉଡ଼ାଇବା ସହିତ ସେମାନଙ୍କର ପ୍ରିୟ କଳାକାରଙ୍କୁ ପଚାରି ଚାଲିଥିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଓ ଗୋଟିଏ ପରେ ଗୋଟିଏ ଫରମାଇସ୍। ପିଲାମାନଙ୍କ ପ୍ରତିଟି ଫରମାଇସ ପୂରଣ କରିଥିଲେ କଳାକାରମାନେ। କୁନି କୁନି ପିଲାଙ୍କ ମେଳରେ ରାକେଶ ଓ ଭୂମିକାଙ୍କ ନୃତ୍ୟ କୁହନ୍ତୁ କି ସଙ୍ଗୀତ ନିର୍ଦେଶକ ଜାପାନୀ ଭାଇଙ୍କ ଲାଳିତ୍ୟଭରା ଗୀତ, ମନ ଛୁଇଁଥିଲା ପ୍ରତ୍ୟେକ ଅନ୍ତେବାସୀଙ୍କର। ଉପସ୍ଥିତ କଳାକାର ଓ ଟେକ୍ନିସିଆନଙ୍କ ମଧ୍ୟରେ ଥିଲେ ଭୂମିକା ଦାଶ, ରାକେଶ ଦେଓ, ପ୍ର୍ରୀତିରାଜ ଶତପଥୀ, ଶଙ୍କର, ଐଶ୍ୱର୍ଯ୍ୟା, ମମତା ତ୍ରିପାଠୀ, ଦେବୀ ବାରିକ, ଲିପୁନ, ଜ୍ଞାନ, ଗୁଡ଼ୁ, ରାଜଲକ୍ଷ୍ମୀ, ପ୍ରୀତିପ୍ରିୟା, ଶିଶୁ କଳାକାର ଦିବ୍ୟାଂଶା ପଣ୍ଡା, ସୁହାନା, ପ୍ରଯୋଜକ ଶିବିର କୁମାର ପରିଡ଼ା, ସହ ପ୍ରଯୋଜକ ବିବେକାନନ୍ଦ ବାରିକ, ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର (ଦିପୁ), ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, କ୍ୟାମେରାମ୍ୟାନ ଆର. ଭଗତ ସିଂ, ଏଡ଼ିଟର ପିଣ୍ଟୁ, ସାମାଜିକ କର୍ମୀ ତଥା କ୍ରୀଡ଼ା ମହାଗୁରୁ ବିକାଶ ଚନ୍ଦ୍ର ପଟ୍ଟନାୟକ, ସମାଜସେବୀ ପରମେଶ୍ୱର ଦାଶ, ଓଡ଼ିଶା ପତିତ ଉଦ୍ଧାର ସମିତି ତଥା ଆଶ୍ରୟର ସମ୍ପାଦିକା ଆଭାରାଣୀ ଚୌଧୁରୀ ପ୍ରମୁଖ। ବୃଦ୍ଧଶ୍ରମରେ ମକର ଉତ୍ସବ ପାଳନ କରି ୨୦୨୧ର ସବୁଠୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ନିଜର ନାଁକୁ ସାର୍ଥକ କରିବା ସହିତ ପ୍ରମାଣିତ କରିଛି ଯେ, ଚଳଚ୍ଚିତ୍ର ନିର୍ମାଣର େଉଦ୍ଦଶ୍ୟ କେବଳ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ନୁହେଁ, ମନୋରଞ୍ଜନ ସାଙ୍ଗକୁ ସାମାଜିକ ପ୍ରତିବଦ୍ଧତା ବି ଏହାର ଅନ୍ୟତମ ଆଭିମୁଖ୍ୟ ହେବା ଉଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories