www.samajalive.in
Saturday, December 13, 2025
21.1 C
Bhubaneswar

ଚୀନକୁ ଦମନ ଲାଗି ଆମେରିକା ରଣନୀତି; ଭାରତକୁ କରିବ ଶକ୍ତିଶାଳୀ

ୱାଶିଂଟନ୍‌: ଚୀନ୍‌ର ମୁକାବିଲା ପାଇଁ ଆମେରିକା ଭାରତର ଉତ୍ଥାନ ଚାହୁଁଛି। ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା; ଯାହା ଉପରୁ ବୁଧବାର ପରଦା ହଟିଛି। ଏହି ରଣନୀତି ଅନୁଯାୟୀ, ଚୀନକୁ ଦମନ କରିବା ଲାଗି ଭାରତର ବିକାଶ ଦିଗରେ ଆମେରିକା ସହଯୋଗ କରିବ। ଭାରତର ବିକାଶ ଲାଗି ଆମେରିକା କୂଟନୈତିକ, ସାମରିକ ଓ ଗୁଇନ୍ଦା ସହଯୋଗ ଯୋଗାଇଦେବ।

‘ୟୁନାଇଟେଡ ଷ୍ଟେଟସ୍‌ ଷ୍ଟ୍ରାଟେଜିକ୍‌ ଫ୍ରେମୱାକ ଫର ଇଣ୍ଡୋ-ପାସିଫିକ୍‌’ ନାମରେ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତ କରିଥିବା ଏହି ରଣନୀତିର ସବିଶେଷ ତଥ୍ୟ ଜଣାପଡି ନାହିଁ। ୨୦୧୮ ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପ ଏହି ରଣନୀତିକୁ ଅନୁମୋଦନ କରିଥିଲେ। ଚୀନକୁ ଦମନ ସହିତ ତାଇୱାନକୁ ରକ୍ଷା କରିବା ଏହି ରଣନୀତିର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ। ୨୦୪୨ରେ ଏହି ରଣନୀତିକୁ ସାର୍ବଜନୀନ କରାଯିବାକୁ ଥିବାବେଳେ ଅଚାନକ ଭାବେ ବୁଧବାର ଏହାକୁ ସାର୍ବଜନୀନ କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏବଂ କରୋନା ଭୂତାଣୁ ଉତ୍ପତ୍ତିକୁ ନେଇ ଚୀନ ସହିତ ଆମେରିକାର ସମ୍ପର୍କ ତିକ୍ତ ହୋଇଥିବାବେଳେ ଏହି ରଣନୀତି ସାର୍ବଜନୀନ ହୋଇଛି। ରଣନୀତିକୁ ସାର୍ବଜନୀନ କରାଯିବା ଦ୍ବାରା ଆଗାମୀ ଦିନରେ ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ବଢିବ। ଆମେରିକା-ଚୀନ-ଭାରତ ନୀତି ଦିନକୁ ଦିନ ବେଜିଂ ପାଇଁ ଜଟିଳ ହେବାରେ ଲାଗିଛି।

- Advertisement -

ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଏନ ରଣନୀତିକୁ ସାର୍ବଜନୀନ କରିବା ଅବସରରେ କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡିକ ନିମନ୍ତେ ୱାଶିଂଟନର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଛି। ୧୦ପୃଷ୍ଠାର ଏହି କାଗଜରେ ଭାରତ-ଚୀନ ମଧ୍ୟରେ ଦେଖାଯାଇଥିବା ସୀମା ଉତ୍ତେଜନାକୁ ଗୁରୁତ୍ବ ଦିଆଯାଇଛି। ଏହା ସହିତ ବ୍ରହ୍ମପୁତ୍ର ନଦୀ ଜଳ ବଣ୍ଟନକୁ ନେଇ ଦେଖାଯାଇଥିବା ବିବାଦ ଉପରେ ଦୃଷ୍ଟି ଦିଆଯାଇଛି। ଏହି ବିବାଦକୁ ସମାଧାନ ଲାଗି ଭାରତକୁ ଆମେରିକା କୂଟନୈତିକ, ସାମରିକ ଓ ଗୁଇନ୍ଦା ସହଯୋଗ ଯୋଗାଇ ଦେବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ରାଷ୍ଟ୍ରଗୁଡିକ ଉପରେ ଚୀନ ଆଧିପତ୍ୟ ବୃଦ୍ଧି କରିବା ପୂର୍ବ ସେମାନଙ୍କ ସ୍ବାଧୀନତା ଓ ସାର୍ବଭୌମତ୍ବ ଉପରେ ହସ୍ତକ୍ଷେପ କରିଚାଲିଛି। ତେଣୁ ଭାରତ ସହିତ ଏହିସବୁ ରାଷ୍ଟ୍ରଗୁଡିକ ଆମେରିକା ତାର ସାହାଯ୍ୟ ସହଯୋଗ ଜାରି ରଖିବା ଲାଗି ଏହି ରଣନୀତିରେ କୁହାଯାଇଛି। ଏକ ଶକ୍ତ ଭାରତ ଏବଂ ସମଭାବାପନ୍ନ ରାଷ୍ଟ୍ରଗୁଡିକ ସହଯୋଗରେ ଚୀନକୁ ମୁକାବିଲା କରିବା ଲାଗି ଆମେରିକା ଯୋଜନା ପ୍ରସ୍ତୁତ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories