www.samajalive.in
Thursday, December 11, 2025
16.1 C
Bhubaneswar

ଦାବୀ ପୂରଣ ନହେଲେ ଟୀକା ନେବୁନାହିଁ

ଫୁଲବାଣୀ/ବାଲିଗୁଡା: ସୁସ୍ଥ ଓଡିଶା ଓ କରୋନା ମୁକ୍ତ ଓଡିଶା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ନିଷ୍ଠାର ସହିତ କାର୍ଯ୍ୟରତ ରାଜ୍ୟର ୧୫ହଜାର କରୋନା ଯୋଦ୍ଧା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକମାନଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅବହେଳା ପ୍ରତିବାଦରେ ଆଜି ୧୫ହଜାର ସ୍ୱାସ୍ଥ୍ୟକର୍ମୀ, ଏଏନଏମ କରୋନା ଟୀକା ଦେବୁ କିନ୍ତୁ ନେବୁନାହିଁ ବୋଲି ଲିଖିତ ଭାବେ ସମଗ୍ର ଜିଲାରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଦାନ କରିଛନ୍ତି। ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଭିନନ୍ଦନ ସେନାପତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ତେବେ କରୋନା ଟୀକା ନେବାକୁ ଦାବୀପତ୍ରରେ ମନା କରିଥିବା ବେଳେ କିନ୍ତୁ ଟୀକାକରଣ କାର୍ଯ୍ୟରେ ସମସ୍ତ ପ୍ରକାରର ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛନ୍ତି।

ଦାବୀପତ୍ରରେ ଉଲ୍ଲେଖ କରାଯାଇଛି କି ଯେ, ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ତୃଣମୁଳ ସ୍ତରରେ କାର୍ଯ୍ୟରତସ୍ୱୀକୃତୀ ପ୍ରାପ୍ତ ୪ଟି କ୍ଷେତ୍ରର କର୍ମଚାରୀ ଯଥା ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ପରିଦର୍ଶିକା, ଓଡିଶା ମହିଳା ସ୍ୱାସ୍ଥ୍ୟ ବହୁମୁଖି ପୁରୁଷ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ ଓ ସ୍ୱାସ୍ଥ୍ୟକର୍ମୀ ପରିଦର୍ଶକ ରାଜ୍ୟରେ ତୃଣମୁଳ ସ୍ତରରେ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୁପାୟନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ତେଣୁ କର୍ମୀମାନେ ଦାବିପତ୍ରେ ବିନମ୍ରତାର ସହିତ ଯଦି ସରକାର ୧୫ ହଜାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଚାହୁଛନ୍ତି ତେବେ ଦୀର୍ଘ ଦିନର ଦାବି ଯଥା କ୍ୟାଡର ପୁନର୍ଗଠନ ଓ ପଦବୀ ପରିବର୍ତମ ପୂରଣ ଦିଗରେ ସେମାନଙ୍କସହିତ ଆଲୋଚନା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଯାହା ଫଳରେ ସେମାନେ ସରକାରଙ୍କ ନିକଟରେ ଉପକୃତ ହୋଇପାରିବେ ବୋଲି ଉଲ୍ଲେଖ କରିଥିବା ବେଳେ ସେମାନଙ୍କ ପ୍ରତି ଅବହେଳା କାରଣରୁ ଟୀକା ଗ୍ରହଣ କକରିବୁ ନାହିଁ ବୋଲି କହିଥିବା ବେଳେ କଳାବ୍ୟାଚ ପିନ୍ଧି କରୋନା ଟୀକାକରଣ କାର୍ଯ୍ୟରେ ସହ ଯୋଗ କରିବେ ବୋଲି କନ୍ଧମାଳ ଜିଲ୍ଲା ବାଲିଗୁଡା, ବାଟାଗୁଡା, ବାରଖମା, ସିନ୍ଦ୍ରିଗାଁ, ଖମନଖୋଲ ଲଣ୍ଡାଗାଁ, ରୁତୁଙ୍ଗିଆ କୁଟିକିଆ ଅଂଚଳର ସମସ୍ତ ଏଏନଏମ, ସ୍ୱାସ୍ଥ୍ୟକର୍ମୀମାନେ ଦାବି ପତ୍ର ପ୍ରଦାନ କରିଥିଲେ। ସେହିଭଳି ଜିଲାରେ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

- Advertisement -

ପ୍ରକାଶଯେ, ଜିଲାରେ ୧୯୯ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ୭୫ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ୩୪ ଜଣ ମହିଳା ସୁପରଭାଇଜର ଏବଂ ୪୪ ଜଣ ପୁରୁଷ ସୁପରଭାଇଜର ସହିତ ସମସ୍ତ ଏନ୍‍.ଏଚ୍‍.ଏମର ଏ.ଏମ୍‍.ଏମ୍‍ ମାନେ ମଧ୍ୟ ଏଥିରେ ସାମିଲ୍‍ ହୋଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories