www.samajalive.in
Thursday, December 11, 2025
16.1 C
Bhubaneswar

ଅଧ୍ୟାପକ ଡଃ ଶଶଧର ପତି ‘କଳିଙ୍ଗ ପ୍ରଜ୍ଞା ପ୍ରତିଭା ସମ୍ମାନ’ରେ ସମ୍ମାନୀତ

ଭୁବନେଶ୍ବର: ଅଧ୍ୟାପକ ଡଃ. ଶଶଧର ପତିଙ୍କୁ ଭୁବନେଶ୍ବର ଠାରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଓ୍ବାର୍ଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ କଳିଙ୍ଗ ପ୍ରଜ୍ଞା ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି। ଉକ୍ତ ସଭାରେ ପଦ୍ମ ବିଭୂଷଣ ଓ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଡ. ସୀତାକାନ୍ତ ମହାପାତ୍ର, ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ଡ଼. ହରିହର ହୋତା, କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରଫୁଲ୍ଲ ମିଶ୍ର, ପ୍ରଫେସର କମେଳଶ ମିଶ୍ର, ସନ୍ଥ ଅରକ୍ଷିତ ଦାସ ଗବେଷଣା ପରିଷଦର ଅଧ୍ୟକ୍ଷ ସୁଧାଂଶୁ ଶେଖର ସାମଲ, ସ୍ନାୟୁରୋଗ ବିଶେଷଜ୍ଞ ଡା. ଅଖିଳ କୁମାର ପଣ୍ଡା , ସ୍ବରଶ୍ରୀ ଅନନ୍ଦିତା ଦାଶ, ବିଶିଷ୍ଟ ବାଗ୍ମୀ ରଜତ କର, ଜ୍ଞାନବିତ ପ୍ରଫୁଲ୍ଲ ରଥ, ବେଦ ପ୍ରବକ୍ତା ପ୍ରିୟ ବ୍ରତ ଦାସ, ଆରଏସଏସର ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ଓ ଆର୍ୟ୍ୟ ଜ୍ଞାନେନ୍ଦ୍ରଙ୍କ ସମେତ ବହୁ ବିଦ୍ବାନମାନଙ୍କ ଉପସ୍ଥିତିରେ ଡ଼. ପତିଙ୍କୁ ସମ୍ମାନୀତ କରାଯାଇଛି।

ଉକ୍ତ ସଭାକୁ ଓ୍ବାର୍ଲ୍ଡ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ସଭାପତିତ୍ବ କରୁଥିଲେ। ଅଧ୍ୟାପକ ଡ଼. ପତି ମହୋଦୟ ପୂର୍ବରୁ ସଂସ୍କୃତ ଗବେଷଣା କ୍ଷେତ୍ରରେ ବହୁ ପୁରସ୍କୃତ ହୋଇଛନ୍ତି। ଏସବୁର ଶ୍ରେୟ ତାଙ୍କର ପିତାମାତା, ଶିକ୍ଷାଗୁରୁ, ମହାବିଦ୍ୟାଳୟର ସହକର୍ମୀ ଓ ନିଜର ସହ ଧର୍ମିଣୀଙ୍କୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଛାତ୍ର ପ୍ରତି ଗୁରୁଙ୍କ ଆଶିର୍ବାଦ ଥିଲେ ସେ ସମାଜରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories