www.samajalive.in
Sunday, December 14, 2025
26.1 C
Bhubaneswar

ତାମିଲନାଡୁ ଜଙ୍ଗଲରେ ନିଆଁ : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଚେନ୍ନଇ : ତାମିଲନାଡୁର ଥେନି ଜିଲା କୁରେଙ୍ଗିନି ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ରବିବାର ଦିନ ସେଠାକୁ ଟ୍ରେକିଂ (ପର୍ବତାରୋହଣ) ପାଇଁ ଯାଇଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ୮ ଜଣ ମହିଳାଙ୍କୁ  ମଦୁରାଇର ରାଜାଜୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣଙ୍କୁ  ବୋଦିନିକାନ୍ନୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥେନିରେ ଏକ ସୂଚନା କେନ୍ଦ୍ର ଖୋଲା ଯାଇଛି। ଟ୍ରେକିଂ ପାଇଁ ଯାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏମାନଙ୍କ ବ୍ୟତୀତ ଅନେକ ପର୍ଯ୍ୟଟକ ନିଆଁରେ ମଧ୍ୟରେ ଫସିରହିଥିବା ଜଣାଯାଇଛି। ଦୁଇଟି ଦଳରେ ୩୬ ଜଣ ପର୍ଯ୍ୟଟକ ବିଶେକରି ମହିଳା ପର୍ବତାରୋହୀମାନେ ଏହି ପାହାଡକୁ ଟ୍ରେକିଂ ପାଇଁ ଆସିଥିଲେ।

ଜଙ୍ଗଲ ନିଆଁରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହାୟତା ଲୋଡିଛନ୍ତି। ନିଆଁ ମଧ୍ୟରେ ଫସିଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନାକୁ ନିର୍ଦେଶ ଦେଇଛନ୍ତି। ବାୟୁସେନାର ନଦର୍ଣ୍ଣ କମାଣ୍ଡ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି । ବାୟୁସେନାର ୨ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।

- Advertisement -

ରାତି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଓ . ପନିରସେଲଭମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପର୍ଯ୍ୟଟକମାନେ ପର୍ବତାରୋହଣ ଉଦ୍ଦେଶ୍ୟରେ ଯାଇଥିବାବେଳେ ନିଆଁରେ ଫସିଯାଇଥିଲେ। ସେମାନେ ହିଁ ଏ ସମ୍ପର୍କରେ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories