ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ
କଟକ: ନୂଆ କରି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆସିଛି । କିଛି ବରିଷ୍ଠ ନାଗରିକମାନେ ଆଜି ସିଇଓଙ୍କ ନିକଟରେ ଅଚ୍ୟୁତଙ୍କ ବିରୋଧରେ ଫେରାଦ ଦେବା ସହ ତାଙ୍କ ନାମାଙ୍କନ ପତ୍ରକୁ ନାକଜ କରିବା ପାଇଁ ଦାବି କରିଛନ୍ତି । ଅଚ୍ୟୁତ ସାମନ୍ତ ସେମାନଙ୍କ ଜମିକୁ ବାଟ ଛାଡୁ ନଥିବା ବେଳେ ବାରମ୍ବାର ପାଚେରୀ ଭାଙ୍ଗି ରାସ୍ତା ଅବରୋଧ କରୁଛନ୍ତି। ସେହିପରି କିଟ୍ ନିକଟରେ ଜମି ମାଡିବସି ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା ନେଇ ଅଭିଯୋଗ ହେଇଛି । ଏନେଇ ଏଯାବତ୍ ଅଚ୍ୟୁତ ସାମନ୍ତ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।