www.samajalive.in
Saturday, December 13, 2025
21.1 C
Bhubaneswar

ଭୀମକୁଣ୍ଡରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବା ସହ କୁଣ୍ଡେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ କୋଭିଡ କଟକଣା ଦୃଷ୍ଟିରୁ ସକାଳୁ ୨ଟା ପର୍ଯ୍ୟନ୍ତ ଜନ ସମାଗୋମ କମ ଥିବା ବେଳେ ପରେ ଲୋକ ସଂଖ୍ୟା ଭିଡ ଦେଖିବାକୁ ମିଳିଥିଲା।ତେବେ ପ୍ରତି ବର୍ଷ ମକର ସଂକ୍ରାନ୍ତି ଠାରୁ ଏଠାରେ ଅନୁଷ୍ଠିତ ହେଉଥିବା ଭୀମକୁଣ୍ଡ ମହୋତ୍ସବ ଚଳିତ ବର୍ଷ କୋଭିଡ଼ ଦୃଷ୍ଟିରୁ ବାତିଲ ହୋଇଥିଲା।

- Advertisement -

ପବିତ୍ର ବୈତରଣୀ ନଦୀ ତଥା (ଓଡ଼ିଶାର ଗୁପ୍ତ ଗଙ୍ଗା) ଠାକୁରମୁଣ୍ଡା ବ୍ଲକ ବୋରିଂ ଗ୍ରାମ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବୈତରଣୀ ଭୀମକୁଣ୍ଡର ଉଭୟ ପାର୍ଶ୍ଵରେ ମକର ମେଳା ପାଇଁ ଲୋକ ମାନଙ୍କ ସମାଗୋମ ହୋଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ପବିତ୍ର ବୈତରଣୀ ନଦୀର ଭୀମକୁଣ୍ଡରେ ଆସି ବୁଡ ପକାଇ ନଦୀର ଉଭୟ ପାର୍ଶ୍ଵରେ ଥିବା କୁଣ୍ଡେଶ୍ୱର ଶିବ ମନ୍ଦିର ଓ କେନ୍ଦୁଝର ଜିଲ୍ଲା ପାଟଣା ସୀମାନ୍ତରେ ଥିବା ଶିବ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ।

କୋଭିଡ ଦୃଷ୍ଟିରୁ ଚଳିତ ଥର ଭୀମକୁଣ୍ଡ ମହୋତ୍ସବ ବାତିଲ ହୋଇଥିବା ବେଳେ ମେଳାରେ ଦୋକାନ ବଜାର ସଂଖ୍ୟା ଖୁବ କମ ରହିଥିଲା। ମେଳାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ଥିଲା। ମେଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories