www.samajalive.in
Saturday, December 6, 2025
23.1 C
Bhubaneswar

ମାଲକାନଗିରିର କୁନି ଧାବକ ରୁଦ୍ର : ବୟସ ତିନି, ଥରକେ ଧାଉଁଛନ୍ତି ଚାରି କିମି

ମାଲକାନଗିରି: ବୟସ ମାତ୍ର ୩ ବର୍ଷ। କୁନି ପାଦରେ ଦୈନିକ ଧାଉଁଛନ୍ତି ୪ରୁ ୫ କି.ମି.। କୁନି ପାଦ ଦୌଡି ଦୌଡି ଥକୁ ନାହିଁ। ଅଲମ୍ପିକରେ ଭାଗନେବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଏଥିପାଇଁ ତାଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ତାଙ୍କର ଟ୍ରାଫିକ ହାବିଲଦାର ଅଜା। ଉଚ୍ଚ ଇଛାଶକ୍ତି ଓ ଦୃଢ ମନୋବଳ ଥିଲେ ଯେ କୌଣସି ଅସାଧ୍ୟ ସାଧନ ହୋଇପାରିବ। ଏହାକୁ ପ୍ରମାଣ କରି ଦେଖାଇବାକୁ ଲାଗି ପଡିଛନ୍ତି ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲାର କୁନି ଧାବକ ରୁଦ୍ରପ୍ରସାଦ ସେଠୀ।

ମାଲକାନଗିରିର ଟ୍ରାଫିକ ହାବିଲଦାର ବି. ରବୀନ୍ଦ୍ର। ରବୀନ୍ଦ୍ର ପୁଲିସ ହୋମ୍‌ଗାଡ ଓ ପୁଲିସଙ୍କୁ ତାଲିମ ପ୍ରଦାନ ଦାୟିତ୍ୱରେ ରହିଛନ୍ତି। ସେ ଜଣେ ଫୁଟବଲ ଖେଳାଳି ଓ ଦକ୍ଷ ପ୍ରଶିକ୍ଷକ ଭାବେ ମାଲକାନଗିରିରେ ତାଙ୍କର ସୁନାମ ରହିଛି। ତାଙ୍କ ନାତି ହେଉଛନ୍ତି ରୁଦ୍ରପ୍ରସାଦ। ନିଜର ନାତି ରୁଦ୍ରଙ୍କୁ ଯେଭଳି ଜାତୀୟସ୍ତରରେ ଜଣେ ଧାବକ କରାଇପାରିବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ପିଲାଟି ବେଳୁ ନାତି ରୁଦ୍ରଙ୍କୁ ଧରି ସେ ମାଲକାନଗିରି ଖେଳପଡ଼ିଆ ଓ ତାଲିମ କେନ୍ଦ୍ରକୁ ଯାଉଛନ୍ତି। ସେଠାରୁ ନାତିର ଦୌଡିବା ମନୋବୃତ୍ତି ଦେଖିବାକୁ ପାଇଛନ୍ତି। ତେଣୁ ତାଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଉଛନ୍ତି। ଆଗେ ଆଗେ ନାତି ଦୌଡୁଥିବା ବେଳେ ସ୍କୁଟିରେ ତାଙ୍କ ପଛେ ପଛେ ରବୀନ୍ଦ୍ର ଯାଉଛନ୍ତି। ବୟସ ଛୋଟ ହୋଇଥିବାରୁ ଅଧିକ ପରିଶ୍ରମ ଓ ଅଧିକ ଦୌଡିବା ତାଙ୍କ ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚାଇବାର ଆଶଙ୍କା କରି ରୁଦ୍ରଙ୍କୁ ବେଶି ଦୌଡାଉ ନାହାନ୍ତି ରବୀନ୍ଦ୍ର। ସାଧାରଣ ଖାଦ୍ୟ ଓ ଭିଟାମିନଯୁକ୍ତ ପୁଷ୍ଟିକର ଆହାର ସହ ଦୈନିକ ବ୍ୟାୟାମ, ଯୋଗାଶିକ୍ଷା ଦିଆଯାଉଥିବା ରବୀନ୍ଦ୍ର ପ୍ରକାଶ କରିଛନ୍ତି। ଏହି କୁନି ଧାବକକୁ ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories