www.samajalive.in
Saturday, December 6, 2025
19.1 C
Bhubaneswar

ଶୀତଳଭଣ୍ଡାରରେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ

ବରଗଡ: ବରଗଡ ସହର ସହିତ ପଡ଼ୋଶୀ ଛତିଶଗଡର ରାଜଧାନୀ ରାୟପୁର ଓ ଅନ୍ୟପଟେ ପଦ୍ମପୁର, ନୂଆପଡାକୁ ରେଳପଥରେ ସଂଯୁକ୍ତ କରିବା ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ମାତ୍ର ଏ ଦିଗରେ ସେମିତି କିଛି ପଦକ୍ଷେପ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଏହି ରେଳପଥ ହେଲେ ବରଗଡ଼ ସହିତ ଅନୁନ୍ନତ ନୂଆପଡ଼ା ଜିଲାର ବିକାଶ ସମ୍ଭବ ହୋଇ ପାରିବ, ଅଥଚ ସରକାର ଏହାକୁ ଗୁରୁତ୍ଵ ଦେଉ ନଥିବା ଅଭିଯୋଗ ହେଉଛି।
ବିଗତ ଦିନରେ ବିଶେଷ କରି ବିଜେପୁର ଉପ-ନିର୍ବାଚନ ସମୟରେ ଏହି ଦାବି ମୁଖ୍ୟ ପ୍ରସଙ୍ଗ ପାଲଟି ଥିଲା, ଏବେ କିନ୍ତୁ ଏହା ପାଣିଚିଆ ହୋଇଗଲାଣି। ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନେକ ଗୁରୁତ୍ଵ ବହନ କରୁଥିଲା। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇଥିଲେ ଏବଂ ତାଙ୍କ ପ୍ରାର୍ଥିତ୍ଵ ସ୍ଥାନୀୟ ଅଧିବାସୀଙ୍କୁ ଉତ୍ସାହିତ କରିଥିଲା। ମୁଖ୍ୟମନ୍ତ୍ରୀ ଏଠାରୁ ବିଧାୟକ ହେଲେ ବିଜେପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀଣ ଉନ୍ନତି ସାଧିତ ହେବା ସହ ଦୀର୍ଘ ଦିନର ବରଗଡ଼-ନୂଆପଡ଼ା ରେଳପଥ ଦାବି ମଧ୍ୟ ପୂରଣ ହେବ ବୋଲି ସେମାନେ ଆଶା କରିଥିଲେ।, ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଏହି ଦାବି ଶୀତଳଭଣ୍ଡାରକୁ ଚାଲି ଯାଇଛି।

 

- Advertisement -

ସୂଚନାଯୋଗ୍ୟ ଯେ ବରଗଡ଼-ନୂଆପଡ଼ା ରେଳପଥ ହେଲେ ନୂଆପଡା ଓ ପଦ୍ମପୁରକୁ ନେଇ ନୂତନ ଅର୍ଥନୈତିକ କରିଡର ସୃଷ୍ଟି ହୋଇପାରିବ ଏବଂ ଏହା ଦ୍ବାରା ବରଗଡ଼ ସହିତ ନୂଆପଡ଼ାର ବିକାଶ ପାଇଁ ବାଟ ଫିଟିଯିବ ବୋଲି ଆଶା କରାଯାଉଥିଲା, ମାତ୍ର ଏବେ ଏହି ଆଶା ଧିରେଧିରେ ମଉଳିବାକୁ ବସିଲାଣି।
ବରଗଡ ରାୟପୁର ଭାୟା ନୂଆପଡା, ବିଜେପୁର ରେଳ ଲାଇନ୍‌ ପାଇଁ ପ୍ରଥମେ ୨୦୦୩ ମସିହାରେ ରେଳ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା । ସେତିକି ବେଳେ ଏହି ପ୍ରକଳ୍ପ ପାଇଁ ୪୧୫. ୮୯ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୦୧୮ରେ ରେଳ ବିଭାଗର ମ୍ୟାନେଜିଂ ଡିଜିଏମ ବରଗଡ ଓ ନୂଆପଡା ଜିଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବିତ ରେଳ ପ୍ରକଳ୍ପର ଟ୍ରାଫିକ ସମ୍ପର୍କିତ ତଥ୍ୟ ମାଗି ଥିଲେ। ସଂପୃକ୍ତ ଜିଲାପାଳମାନେ ରେଳ ବିଭାଗକୁ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଏତେ ଦିନ ଭିତରେ ଉକ୍ତ ପ୍ରକଳ୍ପର କାମର କିଛି ବି ଗନ୍ଧବାସ ନାହିଁ ।
ବରଗଡ ସହିତ ରାୟପୁରର ସିଧାସଳଖ ସଂପର୍କ ରହିଛି। ସଡକପଥରେ ବରଗଡରୁ ରାୟପୁରର ଦୂରତା ୨୨୦ କିଲୋମିଟର। ରେଳପଥରେ ୩୩୫ କିଲୋମିଟର। ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଏହା ହ୍ରାସ ପାଇ ୨୩୫ କିମି ହେବ। ଅର୍ଥାତ ସଡକ ପଥ ଓ ରେଳପଥ ପ୍ରାୟତଃ ସମାନ ହେବ। ଏହି ପ୍ରକଳ୍ପଟି ପଶ୍ଛିମ ଓଡିଶାର ଯୋଗାଯୋଗ, ଆର୍ଥିକ ପ୍ରଗତି ପାଇଁ ଏକ ବିଶେଷ ଭୂମିକା ନେବାର ସମ୍ଭାବନା ଥିଲେ ମଧ୍ୟ ଏହି ଦିଗ ପ୍ରତି କାହିଁକି ଆଖିବୁଜି ଦିଆଯାଉଛି ତାହା ବୁଝିହେଉ ନାହିଁ। ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories