www.samajalive.in
Tuesday, December 9, 2025
26.1 C
Bhubaneswar

କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ସୁନ୍ଦରଗଡ଼: କୃଷି ବିଜ୍ଞାନ କେନ୍ଦ୍ର କିରେଇ ସୁନ୍ଦରଗଡ଼-୧ ପରିସରରେ ସୁନ୍ଦରଗଡ଼ ଜିଲାର ଚାଷୀମାନଙ୍କ ଉନ୍ନତି ନିମନ୍ତେ ୧୭ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ.ପୱନ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ ଓ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ବୈଠକକୁ ଯୁଗ୍ମ ନିର୍ଦ୍ଦେଶକ ସମ୍ପ୍ରସାରଣ ନିର୍ଦ୍ଦେଶାଳୟ ପ୍ରଫେସର ପ୍ରଶନଜିତ ମିଶ୍ର ପରିଚାଳନା କରିଥିଲେ। ଏହି ବୈଠକରେ କୁଳପତି ପ୍ରାରମ୍ଭିକ ଭାଷଣରେ ଚାଷୀମାନଙ୍କ ଉନ୍ନତି ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ବର୍ଗ ବୈଠକରେ ପରାମର୍ଶ ଦିଆଯାଇଥିବା ବିଭିନ୍ନ ଚାଷ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ସଫଳ ରୂପାୟନକୁ ପ୍ରାଞ୍ଜଳ ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ.ଲକ୍ଷ୍ମୀପ୍ରିୟା ପ୍ରଧାନ ବୁଝାଇଥିଲେ। ନୂତନ ଖସଡ଼ା ପ୍ରସ୍ତୁତ ପାଇଁ କୃଷି ଓ କୃଷି ଆନୁସଙ୍ଗିକ ବିଭାଗର ଅଧିକାରୀମାନେ ମତ ଦେଇଥିଲେ। ବିଶେଷକରି ଧାନର ଉନ୍ନତି କିସମର ପରୀକ୍ଷଣ, ରୋଗପୋକ ପରୀକ୍ଷଣ, ମହୁମାଛି, ଜୈବିକ କୃଷି, ଛତୁ ଚାଷ, ପୁଷ୍ଟି ଶସ୍ୟ ମାଣ୍ଡିଆ ଚାଷ, ବଜାରୀକରଣ, ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ, ମାଣ୍ଡିଆ କିସମ ପରୀକ୍ଷଣ, ବିଲାତି ବାଇଗଣର କିସମ ଉପରେ ବିଭିନ୍ନ ଆଲୋଚନା କରିଥିଲେ। ଜିଲାରେ କୃଷି ଓ କୃଷି ଆନୁସଙ୍ଗିକ କାର୍ଯ୍ୟର ବୈଷୟିକ ପରାମର୍ଶ ଓ ତାଲିମ କୃଷି ବିଜ୍ଞାନ କେନ୍ଦ୍ର ଦେଇ ଆସୁଅଛି। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କାର୍ଯ୍ୟ ସହ ଜିଲା ପ୍ରଶାସନର ସମସ୍ତ ସହଯୋଗ ରହିଅଛି ବୋଲି ଜିଲାପାଳ କହିଥିଲେ। ଜିଲାରେ ଓଡ଼ିଶା ଓ କୃଷି ବୈଷୟିିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆସୁଥିବା ନୂତନ କାର୍ଯ୍ୟକ୍ରମକୁ ଜିଲାର ସୂଚାରୁରୂପେ କାର୍ଯ୍ୟକାରୀ କରିବେ। ମହୁମାଛିର ବୃହତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଜଣାଇଥିଲେ। ଜିଲାର କୃଷି, ଉଦ୍ୟାନ, ପ୍ରାଣୀ ଚିକିତ୍ସା, ଜଳଛାୟା, କ୍ଷୁଦ୍ର ଜଳସେଚନ, ନାବାର୍ଡ଼, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଓଡ଼ିଶା କୃଷି ଶିଳ୍ପ ନିଗମ, ଜିଲା ଶିଳ୍ପ କେନ୍ଦ୍ର, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ, ସିଆଇଆରଟିଡି, ଟସର ଉତ୍ପାଦନ କେନ୍ଦ୍ର, କୃଷକ ଉତ୍ପାଦନ ସଂଗଠନର ଅଧିକାରୀ ବୃନ୍ଦ ଏବଂ ଜିଲାର ଅଗ୍ରଣୀ ମହିଳା ଓ ପୁରୁଷ ଚାଷୀ ତଥା ଆକାଶବାଣୀ ଗଣମାଧ୍ୟମ ପ୍ରତିନିଧି ମାନେ ରହି ନୂତନ ବର୍ଷର ଖସଡ଼ା ପ୍ରସ୍ତୁତ ପାଇଁ ଯୋଜନା କରିଥିଲେ। ଭାରତୀୟ ଜଳ ପରିଚାଳନା ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡଃ.ସଚିନ ରାଉତରାୟ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆଗାମୀ ଦିନରେ ଜିଲାରେ ଆର୍ଥିକ ଉନ୍ନତି ପାଇଁ ପଥୁରିଆ ଜମିରେ ଡ୍ରାଗନ ଫଳ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟକ୍ଷ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ଜିଲାରେ ସମନ୍ନୟ ରକ୍ଷା କରି ବିଭିନ୍ନ କାର୍ଯ୍ୟ ଯଥା ଛତୁ ଚାଷ ବୃଦ୍ଧି, କୃଷକ ଉତ୍ପାଦନ ସୃଷ୍ଟି ତଥା କୃଷି ବିଦ୍ୟାଳୟ ସହ କୃଷି ବିଜ୍ଞାନ କେନ୍ଦ୍ରର ଉତ୍ପାଦନକୁ ‘ଓୟୁଏଟି କଳିଙ୍ଗା’ ନାମରେ ନାମିତ କରିବା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଶେଷରେ ଡେଭିଡ ଜେମ୍ସ ବାଗେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories