www.samajalive.in
Friday, December 12, 2025
23.1 C
Bhubaneswar

ଜମିବାଡି ବିବାଦକୁ ନେଇ ଘରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ମଙ୍ଗଳବାର ରାତିରେ ଜମିବାଡି ବିବାଦକୁ ନେଇ ଗୋଟିଏ ପରିବାରର ଲୋକ ଅନ୍ୟଏକ ପରିବାରର ସଦସ୍ୟଙ୍କୁ ଘର ମଧ୍ୟରେ ପଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ବିବରଣୀରୁ ପ୍ରକାଶ ଯେ ରାଜନଗର ଗ୍ରାମର ପବିତ୍ର ବର୍ମା ଓ ତାଙ୍କ ପଡୋଶୀ ସଂଜୟ ବର୍ମାଙ୍କ ମଧ୍ୟରେ ଜମିବାଡିକୁ ନେଇ ଗତ କିଛିଦିନ ହେବ ବିବାଦ ଲାଗି ରହିଥିଲା। ମଙ୍ଗଳବାର ରାତିରେ ସଂଜୟ ବର୍ମା ନିଜ ପରିବାର ବର୍ଗଙ୍କ ସହ ଖାଇପିଇ ଶୋଇ ପଡିଥିବାବେଳେ ବିଳମ୍ବିତ ରାତିରେ ପବିତ୍ର ବର୍ମା ଓ ତାଙ୍କ ୫ ପୁଅ ଘରର କବାଟ ଝରକା ଭାଙ୍ଗି ପଶିବା ସହିତ ସଂଜୟଙ୍କ ପରିବାରର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘରର ଆସବାବପତ୍ର ଭଙ୍ଗାରୁଜା କରିବା ସହ ସୁନା ଅଳଙ୍କାର ଲୁଟି କରିବା ସହ ସଂଜୟଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆକ୍ରମଣରେ ସଂଜୟ ଓ ତାଙ୍କ ପତ୍ନୀ ବିଳାସିନୀ ଗୁରୁତର ଆହତ ହୋଇଛନ୍ତି। ପାଟିତୁଣ୍ଡ ହୋ ହାଲ୍ଲା ଶୁଣି ଗ୍ରାମବାସୀ ପଳାଇ ଆସିବାରୁ ପବିତ୍ର ଓ ତାଙ୍କ ପୁଅମାନଙ୍କ ସହ ଆସିଥିବା ଆଉକିଛି ଗୁଣ୍ଡା ଶ୍ରେଣୀର ଯୁବ ସେଠାରୁ ଫେରାର ହୋଇଯାଇଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇଁ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ସଂଜୟ ଓ ବିଳାସିନୀଙ୍କୁ ଡାକ୍ତରଖାନା ଆଣିଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ରକ୍ତ ଲଗା କଟୁରୀ ଓ ଟାଙ୍ଗିଆ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories