www.samajalive.in
Friday, December 12, 2025
14.1 C
Bhubaneswar

ମା’କୁ ଅପମାନ ସହି ପାରିଲା ନାହିଁ ପୁଅ; କୁରାଢ଼ିରେ ହାଣି ନେଲା ବାପାର ପ୍ରାଣ

ଝାରସୁଗୁଡ଼ା: ମା’ ପ୍ରତି ଅପମାନର ପ୍ରତିଶୋଧ ନେବାକୁ ଜଣେ ପୁଅ ନିଜ ବାପାଙ୍କୁ କଟୁରୀରେ ହାଣି ହତ୍ୟା କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାଘଟିଛି ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ହରିଜନପଡ଼ାରେ । ମାମଲାରେ ପୁଲିସ ଅଭିଯୁକ୍ତ ପୁଅ ମାନିକ ଚନ୍ଦ୍ର ବେହେରାକୁ ଗିରଫ କରିଛି।
ପୁଲିସ ସୂଚନାନୁସାରେ ମାନିକର ବାପା ଲକ୍ଷ୍ମଣ ବେହେରା(୫୨) ପ୍ରତିଦିନ ମଦ ପିଇ ଘରେ ପାଟିତୁଣ୍ଡ କରିବା ସହ ମାନିକର ମା’କୁ ମାଡ଼ଧର କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଅନୁରୂପ ଭାବେ ପାଟିତୁଣ୍ଡ ଓ ମାଡ଼ଧର କରୁଥିଲା। ମାନିକ ଏକାଧିକ ଥର ଶାନ୍ତ ହେବାକୁ କହିଲେ ହେଁ ବାପା ଲକ୍ଷ୍ମଣ ଚୁପ୍ ହେଉ ନ ଥିବାରୁ ମାନିକ ବାପାକୁ ଆକ୍ରମଣ ଆରମ୍ଭ କରିଦେଲା । ତେବେ ଲକ୍ଷ୍ମଣ ପ୍ରତି ଆକ୍ରମଣ କରିବାରୁ ମାନିକ ଘର ଭିତରୁ ଏକ କଟୁରୀ ଆଣି ସିଧା ନିଜ ବାପା​‌ ବେକରେ ଚୋଟ ମାରିଥିଲା। ତେବେ ଫଳରେ ଲକ୍ଷ୍ମଣ ରକ୍ତାକ୍ତ ହୋଇ ତଳେ ପଡ଼ିବା ସହିତ ଘଟଣାସ୍ଥଳ​‌େ​‌ର ହିଁ ତାହାର ମୃତ୍ୟୁ ହୋଇଥିଲା। ଆଜି ଏ ସଂକ୍ରାନ୍ତାରେ ଲକ୍ଷ୍ମଣର ଭାଇ ବୀରେନ୍ଦ୍ର ବେହେରା ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ସଂଖ୍ୟା ୧୧/୨୦୨୧ରେ ୩୦୨ଦଫାରେ ମାମଲା ରୁଜୁ କରି ପିତୃହନ୍ତା ପୁତ୍ର ମାନିକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲଊ ହାଜତକୁ ପଠାଇ ଦିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories