www.samajalive.in
Saturday, December 13, 2025
21.1 C
Bhubaneswar

ଆମେରିକାରେ କରୋନା ଆତଙ୍କ ଜାରି : ଗୋଟିଏ ଦିନରେ ୪୫୦୦ ଲୋକଙ୍କର ମୃତ୍ୟୁ

ୱାଶିଂଟନ : ସାରା ବିଶ୍ବରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଗୋଟିଏ ଦିନରେ ଆମେରିକାରେ କରୋନାରେ ୪୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୯ କୋଟି ୨୦ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।  ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ ଲକ୍ଷ ୭୦ ହଜାରରୁ ଅଧିକ ରହିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ, ଆମେରିକାରେ ଏକ ଦିନରେ ରେକର୍ଡ ସଂଖ୍ୟକ ୪୫୦୦ ଲୋକଙ୍କର ମୃତ୍ୟୁ ଘଟିଛି।

ଆମେରିକାରେ କୋଭିଡ ଟୀକାକରଣ ଅଭିଯାନ ସତ୍ତ୍ବେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ କରୋନା ଯୋଗୁଁ ଆମେରିକାରେ ୪୫୦୦ ଲୋକଙ୍କ ମୃତ୍ୟୁ ଘଟିଛି। ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ । ଏହା ସହିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩,୮୯,୫୯୯କୁ ବୃଦ୍ଧି ପାଇଛି। ଏଥି ସହିତ, କରୋନାରେ  ୨,୨୨,୧୨୧ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା, ଏବଂ ଆମେରିକାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୩୩,୬୮,୨୨୫ରେ ପହଞ୍ଚିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ କୋଭିଡ ଟିକାର ପ୍ରଥମ ମାତ୍ରା ବର୍ତ୍ତମାନ ସୁଦ୍ଧା ୯୦ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories