www.samajalive.in
Friday, December 12, 2025
16.1 C
Bhubaneswar

କେଶର ମୂଲ୍ୟ ୨ଲକ୍ଷ ୧୯ହଜାର ଟଙ୍କା !

ଆମେରିକୀୟ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କୁ ପୂରା ବିଶ୍ବ ଜାଣେ। ଚନ୍ଦ୍ରରେ ପାଦ ଥାପିଥିବା ପ୍ରଥମ ମହାକାଶଚାରୀ ଭାବେ ତାଙ୍କ ନାମ ଇତିହାସର ପୃଷ୍ଠାରେ ଉଲ୍ଲେଖ ହୋଇରହିଲା। ଏହି ସଫଳତା ପରେ ବିଶ୍ବର ପ୍ରତ୍ୟେକ ପ୍ରାନ୍ତରୁ ନିଲ୍‌ଙ୍କୁ ବରାବର୍‌ ନିମନ୍ତ୍ରଣ ଆସିଲା, ବକ୍ତା ଭାବେ ତ’ ଅନ୍ୟ କେଉଁଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ବିଶ୍ବବିଦ୍ୟାଳୟ, ବଡ଼ବଡ଼ ଅନୁଷ୍ଠାନ ତରଫରୁ ଡକରା ଆସିଲା। ମହାକାଶଚାରୀ ଭାବେ ନିଜ ଅନୁଭୂତିକୁ ଅନ୍ୟମାନଙ୍କ ସମ୍ମୁଖରେ କହିବାକୁ ନିଲ୍ ଆଦୌ ସଙ୍କୋଚ କରୁନଥିଲେ। ୨୦୦୪ର ଘଟଣା, ଲେବାନନ୍‌ର ଏକ ବିଶ୍ବବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିଲ୍‌ଙ୍କୁ ନିମନ୍ତ୍ରଣ ଆସିଲା। ସେତେବେଳକୁ ତାଙ୍କୁ ୭୪ ବର୍ଷ, ବୟସାଧିକ୍ୟ ଯନ୍ତ୍ରଣା ସତ୍ତ୍ବେ ସେ ଲେବାନନ୍ ଗଲେ। ସେଠି ପାଖାପାଖି ପ୍ରାୟ ୧୫ଦିନ ରହି ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ଭ୍ରମଣ କଲେ, ରହଣି ସମୟରେ ନିଲ୍‌ଙ୍କ ଜଣେ ବନ୍ଧୁ କହିଲେ ତୁମ କେଶ ବଢ଼ିଗଲାଣି, ସେଲୁନ୍ ଯାଇ କାଟିଦିଅ। ନିଲ୍ ମଧ୍ୟ ଅନୁଭବ କଲେ ସତରେ ତାଙ୍କ କେଶ ବଢ଼ିଯାଇଛି। ଆଉ ବିଳମ୍ବ ନ କରି ତାଙ୍କ ହୋଟେଲ ପାଖ ‘ମାର୍କ ବାର୍ବର ସପ୍’କୁ ଯାଇ କେଶ କାଟିଲେ, ସେଠା କର୍ମଚାରୀଙ୍କ ବ୍ୟବହାରରେ ନିଲ୍‌ ବେଶ୍ ପ୍ରଭାବିତ ହେଲେ। କିଛିଦିନ ପରେ ନିଲ୍ ନିଜ ସହର ଓହିଓକୁ ଫେରିଲେ, ଦିନେ ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କ ପାଖରୁ ନିଲ୍ ଖବର ପାଇଲେ ଯେ ତାଙ୍କ କେଶ ଲେବାନନ୍‌ରେ ୨ଲକ୍ଷ ୧୯ହଜାର ଟଙ୍କାରେ ବିକ୍ରି ହୋଇଛି। ଘଟଣାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଯାଇ ନିଲ୍ ନିଜର ବିଶ୍ବସ୍ତ ଲୋକଙ୍କୁ ଏ କାମରେ ଲଗାଇଲେ। ସତ କଥା ଜଣାପଡ଼ିବା ପରେ ନିଲ୍ ନିଜେ ଲେବାନନ୍ ଯାଇ ସେହି ସେଲୁନ୍‌ର ମାଲିକଙ୍କୁ ଅପମାନିତ କରିଥିଲେ। ବ୍ୟବସାୟୀଙ୍କ ଏଇ କୁଟିଳ ବୁଦ୍ଧିରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଖୁବ୍ ବିରକ୍ତ ହୋଇଥିଲେ, ତାଙ୍କ କଟାକେଶକୁ ନେଇ କେହି ଯେ ବେପାର କରିବ, ଏହା ତାଙ୍କ ଚିନ୍ତା ବାହାରେ ଥିଲା। n

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories