www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ପଷ୍ଟ କଲେ ସେନାମୁଖ୍ୟ ନରବଣେ, ବିବାଦୀୟ ଅଞ୍ଚଳରୁ ଚୀନ ସୈନ୍ୟ ହଟି ନାହାନ୍ତି

ଜାକର୍ତ୍ତା: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରୁ ଚୀନ ଏହାର ସୈନ୍ୟ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ଭାରତର ସେନାମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେ ପ୍ରତିକ୍ରିୟା ରଖିଛନ୍ତି। ଜେନେରାଲ ନରବଣେ କହିଛନ୍ତି ଯେ ଏଲଏସିର ବିବାଦୀୟ ଅଞ୍ଚଳରୁ ଚୀନ ଏହାର କୌଣସି ସୈନ୍ୟ ପ୍ରତ୍ୟାହାର କରି ନାହିଁ। ତେଣୁ ଭାରତ ଏହାର ସୈନ୍ୟକୁ ପ୍ରତ୍ୟାହାର କରିବାର କୌଣସି ଆବଶ୍ୟକତା ନାହିଁ। ବିବାଦୀୟ ଅଞ୍ଚଳରେ ଭାରତର ସୈନ୍ୟ ପୂର୍ବପରି ମୁତୟନ ରହିବେ। ଚୀନ ଯେଉଁ ସୈନ୍ୟ ପ୍ରତ୍ୟାହାର କରିବା କଥା କହିଛି ତାହା ସୀମାଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପ୍ରଶିକ୍ଷଣ ଶିବିରରେ ମୁତୟନ ଥିଲେ। ଗତବର୍ଷ ମେ ମାସରୁ ସୀମାରେ ଉତ୍ତେଜନା ଆରମ୍ଭ ହୋଇଥିବାବେଳେ ଭାରତ ଏବେ ପାନଗଙ୍ଗ ହ୍ରଦର ଦକ୍ଷିଣ ସୀମାରେ ଅନେକ ଉପତ୍ୟକାକୁ ନିଜ ଦଖଲରେ ରଖିବାରେ ସକ୍ଷମ ହୋଇଛି। ତେଣୁ ଭାରତର ପଲା ଏବେ ଭାରି ରହିଛି।

ଜାନୁଆରୀ ୧୫ରେ ସେନା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ଆୟୋଜିତ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେନାମୁଖ୍ୟ କହିଛନ୍ତି ଯେ ଲଦାଖ ସୀମାରେ ଚୀନ ଏହାର ସାମରିକ ଭିତ୍ତିଭୂମି ବୃଦ୍ଧି କରିଥିଲେ ମଧ୍ୟ ଭାରତ ଅନୁରୂପ ଭାବେ ନିଜକୁ ପ୍ରସ୍ତୁତ କରିଛି। ତେଣୁ ଭାରତ ସେନା ପ୍ରତିଟି ପ୍ରତିକୂଳକୁ ମୁକାବିଲା କରିବାକୁ ବେଶ ସକ୍ଷମ। ଏପରିକି ପାକିସ୍ତାନ ଓ ଚୀନର ମିଳିତ ଆକ୍ରମଣକୁ ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ପାକିସ୍ତାନ ନିୟମିତ ଭାବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବେଳେ ଭାରତ ଏହା ବିରୋଧରେ ଉଚିତ ଜବାବ ଦେଇଚାଲିଛି। ଆତଙ୍କବାଦକୁ ଦମନ ପାଇଁ କେଉଁ ସମୟରେ ଓ କେଉଁଠାରେ ଆକ୍ରମଣ କରାଯିବ ତାର ନିଷ୍ପତ୍ତି ନେବା ଭାରତର ନିଜସ୍ବ ଅଟେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories