www.samajalive.in
Wednesday, December 10, 2025
16.1 C
Bhubaneswar

ଇସ୍‌ଲାମିକ ପ୍ରଚାରକଙ୍କୁ ୧୦୭୫ବର୍ଷ କାରାଦଣ୍ଡାଦେଶ

ଇସ୍ତାନବୁଲ: ତୁର୍କୀର ଘରୋଇ ଟିଭି ଚାନେଲ ‘ଏ-୯ ଟେଲିଭିଜନ’ର ଉପସ୍ଥାପକ ଆଦନାନ ଓକ୍‌ତାରଙ୍କୁ ଯୌନଗତ ଅପରାଧ ପାଇଁ ସ୍ଥାନୀୟ ଅଦାଲତ ସୋମବାର ୧୦୭୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ୬୪ବର୍ଷୀୟ ବ୍ୟକ୍ତି ଟେଲିଭିଜନରେ ଇସ୍‌ଲାମିକ କାର୍ଯ୍ୟକ୍ରମ ଉପସ୍ଥାପନା କରନ୍ତି। ସେ ସର୍ବଦା ନିଜ ଚାରିପାଖରେ ମହିଳାଙ୍କୁ ଘେରାଇ ରଖିଥାଆନ୍ତି; ଯେଉଁମାନଙ୍କୁ ସେ ‘କିଟେନ୍‌’ ବା ବିଲେଇ ବୋଲି କହନ୍ତି। କାର୍ଯ୍ୟକ୍ରମ ପରିବେଷଣ ସମୟରେ ସେମାନେ ତାଙ୍କ ଚାରିପଟରେ ନୃତ୍ୟ ପରିବେଷଣ କରନ୍ତି। ତାଙ୍କ ବିରୋଧରେ ଆର୍ଥିକ ଅପରାଧ ଅଭିଯୋଗ ମଧ୍ୟ ହୋଇଛି। ଆମେରିକୀୟ ମୁସଲମାନ ଧର୍ମ ପ୍ରଚାରକ ଫେତୁଲ୍ଲା ଗୁଲେନଙ୍କୁ ସେ ସହଯୋଗ କରୁଥିବା ପୁଲିସ କହିଛି। ଇସ୍ତାନବୁଲ ପୁଲିସ ତାଙ୍କୁ ୨୦୧୮ରେ ସେ ଗିରଫ କରିଥିବାବେଳେ ତାଙ୍କର ୨୩୬ ସହଯୋଗୀଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ତାଙ୍କ ଘରେ ଚଢ଼ଉବେଳେ ପୁଲିସ ୬୯ହଜାର ଗର୍ଭନିରୋଧକ ବଟିକା ଜବତ କରିଥିଲା। ବହୁ ନାବାଳିକା, ଯୁବତୀ ଓ ମହିଳା ତାଙ୍କ ଦ୍ବାରା ଅକଥନୀୟ ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ଲାଷ୍ଟିକ ସର୍ଜନୀ ମାଧ୍ୟମରେ ନିଜର ଚେହେରା ପରିବର୍ତ୍ତନ କରିଥିବା ପୁଲିସ କହିଛି। ଏହି ମାମଲାରେ ଅଦାଲତ ଓକ୍‌ତାରଙ୍କ କାର୍ଯ୍ୟାଳୟର ଦୁଇ ବରିଷ୍ଠ ଅଧିକାରୀ ତର୍କନ ୟାଭାସ ଓ ଓକ୍‌ତାର ବାବୁନାଙ୍କୁ ଯଥାକ୍ରମେ ୨୧୧ ଓ ୧୮୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୁନ୍ଦରୀ ତରୁଣୀ ଓ ମହିଳାମାନଙ୍କ ପ୍ରତି ତାଙ୍କ ହୃଦୟରେ ଗଭୀର ପ୍ରେମ ଭାବ ଉଦ୍ରେକ ହୋଇଥାଏ; ତେଣୁ ତାଙ୍କର ୧୦୦୦ରୁ ଅଧିକ ‘ଗାର୍ଲଫ୍ରେଣ୍ଡ’ ରହିଥିବା ଓକ୍‌ତାର ବିଚାରପତିଙ୍କୁ ଜଣାଇଥିଲେ। ଏହା ମୁସଲମାନ ଧର୍ମରେ ଏକ ମାନବୀୟ ଗୁଣ ବୋଲି ସେ ଦର୍ଶାଇଥିଲେ। ଓକ୍‌ତାର ଚାର୍ଲସ୍‌ ଡାରୱିନଙ୍କ ‘ଥିଓରୀ ଅଫ ଇଭୋଲୁସନ୍‌’କୁ ଅଗ୍ରାହ୍ୟ କରି ୭୭୦ ପୃଷ୍ଠା ବିଶିଷ୍ଟ ‘ଦି ଆଟଲାସ୍‌ ଅଫ୍‌ କ୍ରିଏସନ୍‌’ ପୁସ୍ତକ ରଚନା କରିଛନ୍ତି। ଏହାର ଲେଖକ ଭାବେ ସେ ଛଦ୍ମନାମ ‘ହାରୁନ ୟାହ୍ୟା’ ବ୍ୟବହାର କରିଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories