www.samajalive.in
Friday, December 12, 2025
16.1 C
Bhubaneswar

ମଙ୍ଗଳମ ଟିମ୍ବର କର୍ମଚାରୀଙ୍କ ବକେୟା ଦରମା ଦାବୀରେ ଆନ୍ଦୋଳନ; ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥଗିତ 

ନବରଙ୍ଗପୁର: ଦୀର୍ଘ ଦୁଇଦିନ ଧରି ସ୍ଥାନୀୟ ମଙ୍ଗଳମ ଟିମ୍ବର ଫେକ୍ଟ୍ରିରେ ଚାଲିଥିବା କର୍ମଚାରୀଙ୍କ ଦୀର୍ଘ ତିନି ମାସର ବକେୟା ଦରମା ପାଇଁ ଆନ୍ଦୋଳନ ଆଜି ପ୍ରଶାସନର ମଧ୍ୟସ୍ଥତାରେ ସମାପ୍ତ ହେଲା । କମ୍ପାନୀ କର୍ମଚାରୀମାନଙ୍କ ଏକ ମାସର ଦରମା ପାଇଁ ଦାବୀ ଥିଲା, ଯାହାକୁ କି କମ୍ପାନୀ କର୍ତ୍ତୃପକ୍ଷ ମାନିବାକୁ ନାରାଜ ଥିଲେ। ଏନେଇ ଆଜି ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ରବୀନ୍ଦ୍ର ରାଉତ, ଆଇଆଇସି ତାରିକ ଅହମ୍ମଦ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପାଇ, ପରିଚାଳନା କର୍ତ୍ତୃପକ୍ଷ ଏବଂ ୱାର୍କର ସଙ୍ଘ ମଧ୍ୟରେ କିଛି ସକାରତ୍ମକ ଆଲୋଚନା ହୋଇଥିଲା । ଆଲୋଚନା ପରେ ଆନ୍ଦୋଳନକୁ କମ୍ପାନୀମାନେ ସ୍ଥଗିତ ରଖିଥିଲେ । ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଶିଳ୍ପ, ପୁଣି ବିର୍ଲା ଭଳିଆ ମାଲିକ ଦ୍ୱାରା ପ୍ରତିଷ୍ଠା ହୋଇଥିବା କାରଖାନାର ଭବିଷ୍ୟତ ଅନ୍ଧାର ଦେଖା ଦେଇଛି । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ସର୍ବଦଳୀୟ ନେତୃତ୍ୱ ଓ ଉଚ୍ଚସ୍ତରୀୟ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକ ରହିଛି । ଯଦ୍ୱାରା ଏ ଅଞ୍ଚଳର ଅନେକ ବେରୋଜଗର ଯୁବ ଗୋଷ୍ଠି ରୋଜଗାର ପାଇପାରିବେ ବୋଲି ବୁଦ୍ଧିଜୀବୀ ପ୍ରମୁଖ ମତ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories