www.samajalive.in
Saturday, December 13, 2025
26.1 C
Bhubaneswar

ଟୀକାକରଣ ପ୍ରସ୍ତୁତି ଜୋରଦାର, ଭାରତରେ କରୋନା ଟିକା ସବୁଠାରୁ ଶସ୍ତା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଛି। ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୨.୨ ଲକ୍ଷରୁ କମ୍ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ କେବଳ ଦୁଇଟି ରାଜ୍ୟ ଅଛି ଯେଉଁଠାରେ ୫୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ଏହି ଦୁଇଟି ରାଜ୍ୟ ହେଉଛି ମହାରାଷ୍ଟ୍ର ଏବଂ କେରଳ। କେରଳରେ ୬୩ ହଜାର ୫୪୭ଟି ସକ୍ରିୟ ମାମଲା ଏବଂ ମହାରାଷ୍ଟ୍ରରେ ୫୩ ହଜାର ୪୬୩ଟି ସକ୍ରିୟ ମାମଲା ରହିଛି। ମନ୍ତ୍ରଣାଳୟ କହିଛି ଯେ ଦେଶରେ ମୋଟ ୧ କୋଟି ୪ ଲକ୍ଷ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୨ ଲକ୍ଷ ୧୬ ହଜାର ସକ୍ରିୟ ମାମଲା ଅଟେ। ଏଥି ସହିତ ଦେଶରେ ୧ ଲକ୍ଷ ୫୧ ହଜାର ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି।

- Advertisement -

ଦେଶରେ କରୋନା ଟିକା ବ୍ୟବହାର କରିବାକୁ ଅନୁମତି ସମ୍ପର୍କରେ ଶ୍ରୀ ଭୂଷଣ କହିଛନ୍ତି ଯେ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କୋଭିଡ -୧୯ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ଅନୁମୋଦନ କରାଯାଇଛି। ସେ କହିଛନ୍ତି ଯେ ଉଭୟ ଟୀକାର ସୁରକ୍ଷା ପ୍ରମାଣିତ ହୋଇଛି। ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ଜାନୁୟାରୀ ୧୬ ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ବୋଲି ବର୍ଣ୍ଣନା କରିଛନ୍ତି।

ସଚିବ ଶ୍ରୀ ଭୂଷଣ ଭାରତ ଏବଂ ବିଶ୍ୱର ଅନ୍ୟ ଟିକା ମୂଲ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ଯେ ଫାଇଜର ଏବଂ ବାୟୋଟେକ ଟିକାର ଗୋଟିଏ ଡୋଜର ମୂଲ୍ୟ ୧୪୩୧ ଟଙ୍କା ହୋଇଥିବା ବେଳେ ମୋଡର୍ନା ଟିକାର ଗୋଟିଏ ଡୋଜର ସମ୍ଭାବିତ ମୂଲ୍ୟ ୨୩୪୮ରୁ ୨୭୨୫ ଟଙ୍କା ମଧ୍ୟରେ ରହିବ। ସିନୋଫାର୍ମ ଟିକାର ଗୋଟିଏ ଡୋଜ୍ ୫୬୫୦ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ସିନଭାକ୍ ବାୟୋଟେକ୍ ଟିକାର ମୂଲ୍ୟ ୧୦୧୭ ଟଙ୍କା ରଖାଯାଇଥିବା ବେଳେ ଭାରତରେ କୋଭିଶିଲ୍ଡ ଟିକା ମୂଲ୍ୟ ପ୍ରତି ଡୋଜ ପାଇଁ ୨୦୦ ଟଙ୍କା ରଖାଯାଇଛି।

ସଚିବ ସୂଚନା ଦେଇଛନ୍ତି ଯେ ଭାରତ ସରକାର ସେରମ୍ ପ୍ରତିଷ୍ଠାନରୁ ପ୍ରତି ଟିକା ୨୦୦ ଟଙ୍କା ମୂଲ୍ୟରେ ୧୧୦ ଲକ୍ଷ ଡୋଜ୍ କୋଭିଶିଲ୍ଡ ଟିକା କିଣିବେ। ଏହା ବ୍ୟତୀତ ଭାରତ ବାୟୋଟେକରୁ ୫୫ ଲକ୍ଷ ଡୋଜ୍ କୋଭାକ୍ସିନ କ୍ରୟ କରାଯାଉଛି। ଅନ୍ୟପକ୍ଷରେ ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କୁ ୧୬.୫ ଲକ୍ଷ ଡୋଜ ଟିକା ମାଗଣାରେ ଯୋଗାଇବା ବୋଲି ସଚିବ ସୂଚନା ଦେଇଛନ୍ତି। କୋଭାକ୍ସିନର ଗୋଟିଏ ଡୋଜର ମୂଲ୍ୟ ହେଉଛି ୨୦୬ ଟଙ୍କା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories