www.samajalive.in
Saturday, December 13, 2025
26.1 C
Bhubaneswar

ଟୀକା ଭଣ୍ଡାରରେ ‘କୋଭିସିଲ୍ଡ’, ରାଜ୍ୟ ଔଷଧ ନିଗମରେ ସଂରକ୍ଷିତ

ଭୁବନେଶ୍ବର: ଦୀର୍ଘଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ରାଜ୍ୟରେ କୋଭିଡ୍-୧୯ ଟୀକାକରଣ ଲାଗି ପୁନେରୁ ଆସି ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’। ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ପ୍ରଥମ ପର୍ଯ୍ୟାୟ ଟୀକା ଓଡ଼ିଶାକୁ ମିଳିସାରିଛି। ଆଜି ରାଜ୍ୟରେ ପହଞ୍ଚିଛି କରୋନା ଟୀକା ‘କୋଭିସିଲ୍ଡ’। ଆଜି ଅପରାହ୍ମ ୩ଟା ୪୦ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ରାଜ୍ୟ ଟୀକା ସଂଗ୍ରହାଳୟକୁ କରୋନା ଟୀକା କୋଭିସିଲ୍ଡକୁ ନିଆଯାଇଥିଲା। ବିମାନବନ୍ଦରରେ ପୂର୍ବରୁ ପ୍ରସ୍ତୁତ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ କରୋନା ଟୀକା କୋଭିସିଲ୍ଡ ନିଆଯାଇଥିଲା। ପୁଣେର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟୀକା ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଯାଇଛି। ଏହି ସମସ୍ତ ଟୀକା ଓଡ଼ିଶା ରାଜ୍ୟ ଔଷଧ ନିଗମରେ ସଂରକ୍ଷିତ ରହିଛି । ଆଉ ଏହିଠାରୁ ହିଁ ସମସ୍ତ ଜିଲାକୁ କରୋନା ଟୀକା ‘କୋଭିସିଲ୍ଡ’ ପଠାଯିବ।


ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ରାଜ୍ୟର ୩୦ଟି ଜିଲାକୁ ପଠାଯିବ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ‘କୋଭିସିଲ୍ଡ’ ଦିଆଯିବ ଟିକା । ତେବେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆରୀ ୧୬ ତାରିଖରେ ରାଜ୍ୟରେ ପ୍ରାୟ ୧୬୦୦ ଲୋକଙ୍କୁ କରୋନା ଟୀକା ‘କୋଭିସିଲ୍ଡ’ ଦିଆଯିବ। ଏଥିପାଇଁ ଜିଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।

- Advertisement -

କରୋନା ଟୀକା ପହଞ୍ଚିବା ପରେ ବିମାନବନ୍ଦର ଅଧିକାରୀ ଏସ.କେ ରାଉତ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଆସିଥିବା କରୋଦା ଟୀକା ‘କୋଭିସିଲ୍ଡ’କୁ ଆମେ ଗ୍ରହଣ କରିଛୁ। ପୁଣେସ୍ଥିତ ସେରମ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରାୟ ୧୨ଶହ କିଲୋଗ୍ରାମ ଓଜନର ୩୪ଟି ପ୍ୟାକେଟ୍‌ରେ କରୋନା ଟୀକା ‘କୋଭିସିଲ୍ଡ’ ଓଡ଼ିଶାକୁ ପଠାଯାଇଛି, ଯାହା ଆମେ ଗ୍ରହଣ କରିଛୁ। ଆଜି ଓଡ଼ିଶା କରୋନା ଟୀକା ‘କୋଭିସିଲ୍ଡ’ ଗ୍ରହଣ କରିଛି ବୋଲି ସେ ପ୍ରକାଶ କରିଛନ୍ତି।
ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ‘କୋଭିସିଲ୍ଡ’ ଟୀକା ପହଞ୍ଚିବା ପରେ ଟୀକା ବାକ୍ସଗୁଡ଼ିକୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଶ୍ରୀରାମ ମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ଅଣାଯାଇଛି। ଭୁବନେଶ୍ବର ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ‘କୋଭିସିଲ୍ଡ’ ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ଓ ସଂରକ୍ଷିତ ରଖାଯାଇଛି।


ଆସନ୍ତାକାଲି ରାଜ୍ୟର ୩୦ଟି ଜିଲାକୁ ନିର୍ଦ୍ଧାରିତ ପରିମାଣର କୋଭିସ୍କିନ୍‌ ଟୀକା ପ୍ରେରଣ କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ୩୦ଟି ଜିଲାରୁ ଭୁବନେଶ୍ବରରୁ ‘କୋଭିସିଲ୍ଡ’ ଟୀକା ନେବାକୁ ସ୍ବତନ୍ତ୍ର ଗାଡ଼ି ଆସି ପହଞ୍ଚିବ ଏବଂ ସେଥିରେ ଟିକା ଜିଲା ଟୀକାକରଣ କେନ୍ଦ୍ରକୁ ପଠାଯିବ। ବର୍ତ୍ତମାନ ସୁଦ୍ଧା ପୁରୀ ଜିଲାରୁ ଗାଡ଼ି ପହଞ୍ଚି ସାରିଥିବାବେଳେ ଅନ୍ୟ ଜିଲାଗୁଡ଼ିକର ଗାଡ଼ି ଆସୁଥିବା ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ‘କୋଭିସିଲ୍ଡ’ର ୪୦ ହଜାର ୮ଶହ ଭାଏଲ୍ (ଛୋଟ ବୋତଲ୍) ଆସିଛି। ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତ‌ାହା ୧୦ ଜଣଙ୍କୁ ଗୋଟିଏ ଡୋଜ୍‌ ଆକାରେ ‘କୋଭିସିଲ୍ଡ’ ଟୀକା ଦିଆଯାଇ ପାରିବ। ତେଣୁ ଆଜି ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ‘କୋଭିସିଲ୍ଡ’ ଟୀକା ପହଞ୍ଚିଛି। ଆଜି ଯେତିକି ‘କୋଭିସିଲ୍ଡ’ ଟୀକା ଆସିଛି, ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ। ଯେଉଁମାନଙ୍କୁ ‘କୋଭିସିଲ୍ଡ’ ଟୀକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ। ରାଜ୍ୟରେ ଯେଉଁ ସବୁ ଜିଲାରେ କୋଭିଡ ସ୍ଥିତି ସଙ୍ଗୀନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories