www.samajalive.in
Saturday, December 13, 2025
26.1 C
Bhubaneswar

ପୋଲ ଭୁଶୁଡିବା ଘଟଣା; ସ୍ୱାମୀର ମୃତ୍ୟୁ ପରେ ବେସାହାରା ପରିବାର ମାଗୁଛି ନ୍ୟାୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟର ପୋଲ ଭୁଶୁଡିବା ଘଟଣାରେ ବିଭାଗୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ରଙ୍କ ଜୀବନ ଚାଲିଗଲା । ଘରର ଜଣେ ରୋଜଗାରକ୍ଷମ ମହେନ୍ଦ୍ରଙ୍କ ଉପରେ ନିର୍ଭର କରୁଥିବା ୫ ପ୍ରାଣୀ କୁଟୁମ୍ବ ଏବେ ଅସହାୟ ହୋଇ ପଡ଼ିଥିବା ବେଳେ ସେମାନଙ୍କ ପରିବାର ପ୍ରତି ନ୍ୟାୟର ଭିକ୍ଷା ମାଗିଛନ୍ତି ତାଙ୍କ ସ୍ତ୍ରୀ ଭଗବତୀ।

ପୋଲ ଭୁଶୁଡିବା ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିବାକୁ ଯାଇଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ନିକଟରେ ସ୍ତ୍ରୀ ଭଗବତୀ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମି ବିଭାଗରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ୟ୍ୟରତ ଥିଲେ। ଉପରିସ୍ଥ ଅଧିକାରୀଙ୍କ ଆଦେଶ ମାନି ରବିବାର ଛୁଟି ଦିନରେ ବି କାମ ତଦାରଖ କରିବାକୁ ନିର୍ମାଣାଧୀନ ବ୍ରିଜ ନିକଟକୁ ଯାଇଥିଲେ। ସବୁ ଦିନ ଭଳି କାଲି ବି ଯାଇଥିଲେ ବ୍ରିଜ ନିକଟକୁ ତେବେ ମହେନ୍ଦ୍ର ଜାଣି ନ ଥିଲେ ଆଜି ତାଙ୍କର ଜୀବନର ଶେଷ ଦିନ ବୋଲି ସତରେ ଯେମିତି ପୋଲ ନିକଟରେ ଆଗରୁ ଜଗିରହିଥିଲା ଦଇବବିଧାତା ଯେମିତି ତା ନିକଟକୁ ପାଛୋଟି ନେବାକୁ। ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବାରୁ ତାଙ୍କର ଧାରଣା ନ ଥିଲା ବ୍ରିଜ ନିର୍ମାଣ ସମୟର ବୈଷୟିକ ଜ୍ଞାନ କୌଶଳ ବିଷୟରେ। ଅକାଳରେ ଚାଲିଗଲା ମହେନ୍ଦ୍ରଙ୍କ ଜୀବନ।

- Advertisement -

ତେବେ ପରିବାର ମୁରବି ଚାଲିଯିବା ପରେ ବେସାହାରା ହୋଇପଡିଛି ପରିବାର। ସ୍ୱାମୀ(ମହେନ୍ଦ୍ର) ଥିଲେ ଘରର ଜଣେ ରୋଜଗାରିଆ ତାଙ୍କ ଉପରେ ନିର୍ଭର କରୁଥିଲେ ୫ ପ୍ରାଣୀ କୁଟୁମ୍ବ। ଦୁଇ ଝିଅ ଓ ଦୁଇ ପୁଅ ସେମାନେ ବି ବହୁତ ଛୋଟ, ତେଣୁ ସ୍ତ୍ରୀ ଭଗବତୀ ଓ ବଡ ଝିଅ ରଶ୍ମିତା (୧୮) ସରକାରୀ ଚାକିରୀ ଓ ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେପଟେ ସ୍ୱାମୀଙ୍କୁ ହରାଇବା ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ । ସ୍ୱାମୀ ମୃତ୍ୟୁ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । କେମିତି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଭଗବତୀ। ଏପରି ସ୍ଥଳେ ସଂସଦ ଏବଂ ଜିଲ୍ଲାପାଳ କିଛି ଆର୍ଥିକ ସହାୟତା ଦେବାସହ ସରକାରୀ ଚାକିରୀ ଦେବାର ପ୍ରତିଶୃତି ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories