www.samajalive.in
Saturday, December 6, 2025
19.1 C
Bhubaneswar

+୩ ଶେଷ ବର୍ଷ ପାଠପଢା ଆରମ୍ଭ

ବାଙ୍କୀ : ମହାମାରୀ କୋରନା ପ୍ରଭାବରେ ସମଗ୍ର ଦେଶରେ ପାଠପଢା ସମ୍ପୂର୍ଣ୍ଣ ୯ମାସ ଧରି ବନ୍ଦ ରହିଥିଲା। ପ୍ରଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନେ ପାଠପଢାକୁ ନେଇ ଚିନ୍ତାରେ ଥିଲେ। ନିଜର ଭବିଷ୍ୟତ ପାଇଁ ଚିନ୍ତା ବଢିଥିଲା। କୋଭିଡ୍ କଟକଣା କୋହଳ କରାଯାଇ ଯାନୁଆରୀ ମାସ ୮ତାରିଖ ଠାରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂକ୍ଷିପ୍ତ ଭାବରେ ଶ୍ରେଣୀଗୃହରେ ପାଠପଢା ଆରମ୍ଭ କରିଥିଲା ବେଳେ ଜାନୁଆରୀ ୧୧ତାରିଖ ସୋମବାର ଠାରୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ +୩ ଶେଷ ବର୍ଷର ବିଦ୍ୟାର୍ଥିଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ଶେଷ ବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହ ମହାବିଦ୍ୟାଳୟକୁ ଆସିଛନ୍ତି। ଦୀର୍ଘ ୯ମାସ ଧରି ଖାଁ ଖାଁ ପଡିଥିବା ମହାବିଦ୍ୟାଳୟଟି ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଫେରିଛି। ମହାବିଦ୍ୟାଳୟ କର୍ତ୍ତୃପଙ୍କ ପକ୍ଷରୁ ପ୍ରବେଶ ଦ୍ୱାରରେ ପିଲାମାନଙ୍କୁ ସାନିଟାଇଜ କରିବା, ଥର୍ମାଲ ସ୍କିନିଂ କରିବା ଏବଂ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନେ ମାସ୍କ ପରିଧାନ କରି କଲେଜ ମଧ୍ୟକୁ ପ୍ରବେଶ କରିବା ପାଇଁ ଯାଞ୍ଚ କରାଯାଇଛି। ସେପଟେ ଶ୍ରେଣୀ ପ୍ରକୋଷ୍ଠରେ ମଧ୍ୟ ଦୂରତା ରଖି ଅଧ୍ୟାପକ ଅଧ୍ୟାପିକା ମାନେ ପାଠପଢାଇବା ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ ଖୋଲିବାର ଅନୁମତି ମିଳିଲେ ଖୁବ ଶୀଘ୍ର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସଂଖ୍ୟାରେ ଶ୍ରେଣୀଗୃହରେ ଉପସ୍ଥିତ ରହି ପାଠପଢିବେ ବୋଲି ସୂଚନା ମିଳିଛି। ଏସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ସିଅଙ୍କ ସହ ଯୋଗା ଯୋଗ କରିବାରୁ ୧ମ ଦିନରେ ମହାବିଦ୍ୟାଳୟକୁ ପ୍ରାୟ ୬୦ଭାଗ ଉପସ୍ଥାନ ମିଳିଛି। କୋଭିଡ୍ କଟକଣା ସହିତ ସରକାରଙ୍କ ନିୟମ ଅନୁପାଳନ ପାଇଁ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖୁବ୍ ଶୀଘ୍ର ବିଦ୍ୟାର୍ଥୀଙ୍କ ଉପସ୍ଥାନ ବୃଦ୍ଧି ପାଇ ପାଠପଢାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories