www.samajalive.in
Saturday, December 6, 2025
23.1 C
Bhubaneswar

ଫନି ସହାୟତା ନପାଇବାରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ବାଙ୍କୀ : ଫନି ବାତ୍ୟାକୁ ପ୍ରାୟ ୨୦ମାସ ବିତିଲାଣି। ହେଲେ ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଗରୀବ ପରିବାରଙ୍କୁ ଏଯାଏଁ ସହାୟତା ମିଳିନଥିବା ନେଇ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ସୋମବାର ଦିନ ପୂର୍ବାହ୍ନରେ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ପ୍ରାୟ ୨୦ରୁ ଅଧିକ ଲୋକଙ୍କ ସ୍ୱାକ୍ଷର ଥାଇ ଅଭିଯୋଗ ପତ୍ର ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି। ଅଭିଯୋଗ ପତ୍ରରେ ପୂର୍ବରୁ ଅଭିlଯାଗ କ୍ରମରେ ସ୍ଥାନୀୟ ସଦର ଆରଆଇଙ୍କ ଦ୍ୱାରା ଫନି ପ୍ରଭାବିତଙ୍କ ଘର ତଦନ୍ତ କରାଯାଇ ପ୍ରଭାବିତ ଲୋକଙ୍କ ଠାରୁ କେତେକ କାଗଜପତ୍ର ଅଣାଯାଇଥିଲା। ସହାୟତା ପାଇବାରେ ବିଳମ୍ବ ହେବାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରାଯାଇ ସହାୟତା ରାଶି ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ଅଦ୍ୟାବଧି ଗୋପାଳପୁର ଗ୍ରାମପଞ୍ଚାୟତର ପ୍ରକୃତ ବାତ୍ୟା କ୍ଷତିଗ୍ରସ୍ଥ ଲୋକ ମାନଙ୍କୁ ସହାୟତା ରାଶି ମିଳିନଥିବାର ଅଭିଯୋଗ କରାଯାଇ ପୁନଶ୍ଚ ତଦନ୍ତ କରାଯାଇ ସହାୟତା ଯୋଗାଇ ଦେବାକୁ ଖଗେନ୍ଦ୍ର ମହାରଣା,ସପନି ବେହେରା,ବେଣୁଧର ସ୍ୱାଇଁ,ରାନୀ ସ୍ୱାଇଁ,କାଶୀନାଥ ମହାରଣା,ପ୍ରକାଶ କୁମାର ସ୍ୱାଇଁ,ରାଜେଶ କୁମାର ସ୍ୱାଇଁ ପ୍ରମୁଖ ୨୦ରୁ ଅଧିକ ସହାୟତାରୁ ବଞ୍ଚିତ ହିତାଧିକାରୀଙ୍କ ସ୍ୱାକ୍ଷର ଥାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକମାନେ ଉପସ୍ଥିତ ରହି କୋଭିଡ୍ କଟକଣା ହେତୁ ପ୍ରତିନିଧିଙ୍କ ଦ୍ୱାରା ଅଭିଯୋଗ ପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି। ଉପଜିଲ୍ଲାପାଳଙ୍କୁ ପଚାରିବାରୁ ତହସିଲଦାରଙ୍କ ଦ୍ୱାରା ପୁନଶ୍ଚ ତଦନ୍ତ କରାଯିବ ବୋଲି କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories