www.samajalive.in
Saturday, December 6, 2025
15.1 C
Bhubaneswar

ଶପଥ ଗ୍ରହଣ ପୂର୍ବରୁ ଇମ୍ରାନଙ୍କୁ ତଦନ୍ତ ଏଜେନ୍ସିର ସମନ

ପେଶୱାର : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ ଖାଁଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶପଥ ଗ୍ରହଣ ପୂର୍ବରୁ ଇମ୍ରାନଙ୍କୁ ଦେଶର ପ୍ରମୁଖ ତଦନ୍ତକାରୀ ଏଜେନ୍ସି ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନଏବି) ସମନ ଜାରି କରିଛି। ସମନରେ ତାଙ୍କୁ ଅଗଷ୍ଟ ୭ରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଅଗଷ୍ଟ ୧୧ରେ ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଅଛି।
ଇମ୍ରାନ ଖାଁଙ୍କ ନେତୃତ୍ୱ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ୨୦୧୩ରୁ ଖାଇବର ପଖତୁନଖୱା ପ୍ରଦେଶରେ କ୍ଷମତାରେ ରହିଆସିଥିଲା। ଏହି ସମୟରେ ଇମ୍ରାନ ସରକାରୀ ହେଲିକପ୍ଟରର ଦୁରୁପଯୋଗ କରିଥିଲେ। ଯଦ୍ଦ୍ୱାରା ସରକାରଙ୍କ ରାଜକୋଷରୁ ୨.୧୭ ନିୟୁତ ଟଙ୍କା କ୍ଷତି ହୋଇଥିଲା। ହେଲିକପ୍ଟରଟିକୁ ଇମ୍ରାନ ୭୨ଘଣ୍ଟାରୁ ଅଧିକ ସମୟ ବ୍ୟବହାର କରିଥିଲେ। ସରକାରୀ ରାଜକୋଷକୁ କ୍ଷତି ପହଞ୍ଚିବା ଉପରେ ଏନଏବି ତଦନ୍ତ କରୁଥିବାବେଳେ ଏଥିପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଏହା ପୂର୍ବରୁ ଜୁଲାଇ ୧୮ରେ ଇମ୍ରାନଙ୍କୁ ସମନ ଜାରି କରାଯାଇଥିଲା; ମାତ୍ର ସେ ହାଜର ହେବାରେ ବିଫଳ ହୋଇଥିଲେ। ନିର୍ବାଚନ ପାଇଁ ସେ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରିବାକୁ ତଦନ୍ତ ଏଜେନ୍ସିକୁ ନିବେଦନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories