www.samajalive.in
Saturday, December 6, 2025
17.1 C
Bhubaneswar

ଘରୋଇ ସ୍କୁଲ ଫି ଛାଡ ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦେଶ ପହଞ୍ଚିବା ପରେ ତର୍ଜମା କରି ନିଆଯିବ ନିଷ୍ପତ୍ତି -ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ରାୟ ପ୍ରକାଶ କରିଛନ୍ତି। ସ୍କୁଲ ଫି ଛାଡ଼ ପ୍ରସଂଗ ସରକାରଙ୍କ ଉପରେ ଖଣ୍ଡପୀଠ ଛାଡିଛନ୍ତି। ଏ ସଂପର୍କିତ ଏମଓୟୁ କାର୍ୟ୍ୟକାରୀ ପ୍ରସଂଗରେ ସରକାର ନିଷ୍ପତ୍ତି ନେବେ। ଯଦି କୌଣସି ପକ୍ଷ ବା ଅନୁଷ୍ଠିତ ଏମଓୟୁ ଦ୍ବାରା ପ୍ରଭାବିତ ହୁଅନ୍ତି ତେବେ ସେ ଆଇନ ଅନୁସାରେ ପୃଥକ ମାମଲା ଦାୟର କରି ପାରିବେ। ଏଥି ସହିତ ଘରୋଇ ସ୍କୁଲ ଏନଓସି ମଞ୍ଜୁର/ପ୍ରତ୍ୟାହାର ସଂପର୍କିରେ ୧୯୯୬ ସେପ୍ଟେମ୍ବର ୨୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାରି କରିଥିବା ନିୟମାବଳୀ କଡ଼ା କଡ଼ି ପାଳନ ପ୍ରସଂଗରେ ମଧ୍ୟ ପକ୍ଷ ପୃଥକ ଭାବେ ମାମଲା କରି ପାରିବେ। ହାଇକୋର୍ଟ ଏପରି ରାୟ ଦେବା ସହିତ ପୂର୍ବରୁ ଥିବା ଅନ୍ତରୀଣ ନିର୍ଦେଶନାମାକୁ ହଟାଇ ଦେଇଛନ୍ତି। ଆଜି ଘରୋଇ ସ୍କୁଲ ଫି ଛାଡ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦେଶ ଆମ ପାଖରେ ପହଞ୍ଚି ନାହିଁ, ଯାହା କିଛି ସୂଚନା ଗଣମାଧ୍ୟମରୁ ଜାଣିବାକୁ ପାଇଛୁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପହଞ୍ଚିବା ପରେ ତର୍ଜମା କରି ନିଷ୍ପତ୍ତି ନିଆଯିବ।


ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୨୦୨୦, ସେପ୍ଟେମ୍ବର ୨୯ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିଶ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ୟ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ୟ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ୟ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ୟ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ୟ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ୟ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଡିଏଭି ପବ୍ଲିକ୍ ସ୍କୁଲସ୍ ଓଡ଼ିଶା ଜୋନ୍-୧ ଓ ୨ ତରଫରୁ ଆଞ୍ଚଳିକ ଅଧିକାରୀ ଓ ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ ପକ୍ଷରୁ ସଂପାଦକ ଦାଖଲ କରିଥିବା ପୃଥକ ସତ୍ୟପାଠରେ ଭିନ୍ନ କଥା କୁହାଯାଇଥିଲା। ଫି ଛାଡ଼ ପ୍ରସଂଗରେ ବିଦ୍ୟାଳୟ ଓ ଗଣଶିକ୍ଷଶ ସଚିବ ଦାଖଲ କରିଥିବା ରିପୋର୍ଟକୁ ଉଭୟ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ପ୍ରାୟ ୫୦ଟି ଡିଏଭି ସ୍କୁଲ ଓ ଶହେଟି ଆଇସିଏସଇ ସ୍କୁଲକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଂଗରେ ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ କରୋନା ମହାମାରୀକୁ ନେଇ ଦେଖା ଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଓଡ଼ିଶା ଅଭିଭାବକ ମହାସଂଘ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ୟାରେଣ୍ଟସ ଫୋରମ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ ଓ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories