www.samajalive.in
Sunday, December 7, 2025
14.1 C
Bhubaneswar

ଚୁଟ୍‍କିରେ ଦୂର କରନ୍ତୁ ପେଟ ଯନ୍ତ୍ରଣା

ବର୍ତ୍ତମାନର ଜୀବନଶୈଳୀ, ଭୁଲ ଖାଦ୍ୟପେୟ କାରଣରୁ ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଭଳି କେତେକ ସହଜ ଉପାୟରେ ଆପଣ ଚୁଟ୍‍କିରେ ପେଟ ଯନ୍ତ୍ରଣା ଦୂର କରିପାରିବେ। ଜାଣନ୍ତୁ……
– ଏକ କପ ଉଷୁମ ପାଣିରେ ପୁଦିନା ଗୁଣ୍ଡ, ମହୁ ମିଶାଇ ପିଅନ୍ତୁ।
– ଭାତର ପେଜରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ।
– ଏକ ଚାମଚ ଜିରାକୁ ତାୱାରେ ଭାଜି ଏଥିରେ ସାମାନ୍ୟ କଳାଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଅଳ୍ପ ଜିରା ଗୁଣ୍ଡ, ଜୁଆଣୀ ଗୁଣ୍ଡ, ଅଦାକୁ ମିଶାଇ ପିଅନ୍ତୁ।
– ଏକ କପ ପାଣିରେ ଅଳ୍ପ କିଛି ତୁଳସୀ ପତ୍ର ମିଶାଇ ଫୁଟାନ୍ତୁ। ଏହାକୁ ସାମାନ୍ୟ ଥଣ୍ଡା କରି ଅଳ୍ପ ମହୁ ମିଶାଇ ପିଅନ୍ତୁ।
– ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଫଳରେ ସବୁବେଳେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଏକ କପ ପାଣିରେ ଅଳ୍ପ କିଛି ଅଦା ପକାଇ ଏହାକୁ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ସାମାନ୍ୟ ମହୁ ମିଶାଇ ପିଅନ୍ତୁ। ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଏକ କପ ପାଣିରେ କିଛି ପାନମଧୁରୀ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ।
– ଏକ କପ ଉଷୁମ ପାଣିରେ ସାମାନ୍ୟ ହେଙ୍ଗୁ, କଳା ଲୁଣ ପକାଇ ପିଅନ୍ତୁ। ଏହା ପେଟ ଯନ୍ତ୍ରଣା ଦୂର କରିଥାଏ।
– ଏକ କପ ଉଷୁମ ପାଣିରେ ସାମାନ୍ୟ ବେକିଙ୍ଗ ସୋଡ଼ା, ଅଳ୍ପ କଳା ଲୁଣ, ଲେମ୍ବୁ ରସ , ଅଳ୍ପ ହେଙ୍ଗୁ ପକାଇ ପିଅନ୍ତୁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories