www.samajalive.in
Saturday, December 6, 2025
16.1 C
Bhubaneswar

ବିଚ୍ ରାସ୍ତାରେ ୧୦ ବର୍ଷିୟ ସମ୍ପର୍କୀୟ ଭାଇର ଗଳା କାଟି ହତ୍ୟା, ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ କଲେ ଲୋକେ

ସିକର : ରାଜସ୍ଥାନର ସିକରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଚ୍ ରାସ୍ତାରେ ଜଣେ ଯୁବକ ନିଜର ଦଶ ବର୍ଷର ସମ୍ପର୍କୀୟ ଭାଇକୁ ବ୍ଲେଡରେ ଗଳା କାଟି ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ଲାଇଭ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏହି ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଅଭିଯୁକ୍ତ  କିପରି ପିଲାଟିର ଗଳା କାଟି ହତ୍ୟା କରୁଛି।

ସବୁଠାରୁ ଯନ୍ତ୍ରଣାଦାୟକ କଥା ହେଉଛି, ପିଲାଟି ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟଲୋକମାନେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରୁଥିଲେ।

- Advertisement -

ସୂଚନାନୁସାରେ, ଅଭିଯୁକ୍ତ କୈଳାଶ ଚାନ୍ଦ ରାଗର ୧୦ ବର୍ଷିୟ ଉତ୍ତମକୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା କରିଥିଲା। ଏକ ଦୋକାନରୁ ଦୁଇଟି ବ୍ଲେଡ୍ କିଣିଥିଲେ। ଉତ୍ତମ ବାହାରେ ବୁଲୁଥିବା ସମୟରେ କୈଳାଶ ତାଙ୍କୁ କାବୁ କରି ବ୍ଲେଡ୍ ରେ ଗଳା କାଟି ଦେଇଥିଲ।। ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡି ପଳାଇ ବେଳେ କିଛି ଲୋକ କାବୁ କରି ପୁଲିସକୁ ଦେଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories