www.samajalive.in
Saturday, December 6, 2025
16.1 C
Bhubaneswar

ଖମାରିପଡା ନିରଞ୍ଜନ ନାୟକ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ବୌଦ୍ଧ : ବୌଦ୍ଧ ଜିଲା ମୁଣ୍ଡାପଡା ପଞ୍ଚାୟତର ଖମାରିପଡା ଗ୍ରାମରେ ଗତ ଦୁଇଦିନ ତଳେ ପାରିବାରିକ ଶତୃତାରୁ କାକା ପୁଅ ବିଦ୍ୟାଧରର ଟାଙ୍ଗିଆ ଚୋଟରେ ନିରଞ୍ଜନ ନାୟକ(୩୦)ଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା କରିବା ପରେ ନିରଞ୍ଜନ ଟାଙ୍ଗିଆ ସହ ସାଇକେଲ ଧରି ଗ୍ରାମରୁ ଫେରାର ହୋଇଯାଇଥିଲା। ହତ୍ୟାକାଣ୍ଡର ଦୁଇଦିନ ପରେ ଅଭିଯୁକ୍ତକୁ ପୁଲିସ ବୌଦ୍ଧ ମହାନଦୀ ବ୍ରିଜ ନିକଟସ୍ଥ ବିଜୁପଟ୍ଟନାୟକ ଛକଠାରୁ ଗିରଫ କରିଥିବା ଜଣାଯାଇଛି।

ସୂଚନା ମୁତାବକ, ବଡଭାଇ ନନ୍ଦକିଶୋର ଓ ସାନଭାଇ ନେତ୍ରାନନ୍ଦଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ପାରିବାରିକ ଶତୃତା ଲାଗିରହିଥିଲା। ପାରିବାରିକ ଶତୃତା ଯୋଗୁଁ ଅନେକ ସମୟରେ ନିରଞ୍ଜନ କାକାଙ୍କ ପରିବାରକୁ ମାଡପିଡ ଓ ଗାଳିଗୁଲଜ କରିଆସୁଥିଲା। ଘଟଣାଦିନ ନିରଞ୍ଜନ ଗାଧୋଇସାରି ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବିଦ୍ୟାଧର ସେଠାରେ ପହଂଚି ଏକ ଟାଙ୍ଗିଆରେ ହାଣି ଦେଇ ନିରଞ୍ଜନର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇ ଫେରାର ହୋଇଯାଇଥିଲା। ଏନେଇ ନିରଞ୍ଜନର ପରିବାର ଲୋକ ବୌଦ୍ଧ ଥାନରେ ଅଭିଯୋଗ କରିବା ପରେ ବୌଦ୍ଧ ଥାନାରେ କେସ ନଂ ୮/୨୧ରେ ଏକ ହତ୍ୟା ମାମଲା ରଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପକ୍ଷରୁ ଅଭିଯୁକ୍ତ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଅଭିଯୁକ୍ତ ବିଦ୍ୟାଧର ହତ୍ୟା କରିବା ପରେ ଡମ୍ବରଗାଡ ଆଡକୁ ପଳାଇଯାଇଥିବା ସହ ଶନିବାର ଦିନ ବୌଦ୍ଧ ଆଡକୁ ଆସୁଥିବା ବେଳେ ପୁଲିସ ସହରର ବିଜୁପଟ୍ଟନାୟକ ଛକଠାରୁ ଗିରଫ କରିବାରେ ସଫଳ ହୋଇଥିଲା। ହତ୍ୟାକାଣ୍ଡ ପଛରେ ଅନ୍ୟ କାରଣଥିବା ନେଇ ଆଲୋଚନା ହେଉଥିବାବେଳେ ତଦନ୍ତ ପରେ ସବୁ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି। ରିବିବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories