www.samajalive.in
Friday, December 12, 2025
15.1 C
Bhubaneswar

ଯବାନଙ୍କ ମୃତ୍ୟର ପ୍ରତିଶୋଧ ପାଇଁ ବିଦେଶରୁ ଚାକିରି ଛା଼ଡି ଫେରିଲେ ୫୦ କାଶ୍ମୀର ଯୁବକ, ସେନାରେ ଯୋଗ ଦେବେ

ଶ୍ରୀନଗର:  ବନ୍ଧୁ ହତ୍ୟାର ପ୍ରତିଶୋଧ ନେବା ପାଇଁ ୫୦ ଜଣ କାଶ୍ମୀର ଯୁବକ ବିଦେଶରୁ ଚାକରି ଛାଡି ସେନାରେ ଯୋଗ ଦେବାପାଇଁ କାଶ୍ମୀର ଆସିଛନ୍ତି ।  ଜାମ୍ମୁ-କାଶ୍ମୀର ୪୪-ରାଷ୍ଟ୍ରୀୟ ରାଇଫଲ୍‍ର ସହିଦ ଯବାନ ଔରଙ୍ଗଜେବ୍‍ଙ୍କ ବଳିଦାନ ତାଙ୍କର ୫୦ ଜଣ ବନ୍ଧୁଙ୍କ ଜୀବନକୁ ଭିନ୍ନ ମୋଡ଼ ଦେଇଛି। ବିଦେଶରେ ନିଜର ସଫଳ କ୍ୟାରିୟର ଛାଡି ସେମାନେ ଏବେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଔରଙ୍ଗଜେବ୍‍ଙ୍କ ହତ୍ୟାକାରୀ ଆତଙ୍କବାଦୀଙ୍କୁ ବାଛିବାଛି ନିପାତ କରିବା ସେମାନଙ୍କର ମୂଳ ଉଦ୍ଦେଶ୍ୟ। ସହିଦ ବନ୍ଧୁ ଔରଙ୍ଗଜେବଙ୍କ ଭଳି ଭାରତୀୟ ସେନାରେ ବିଧିବଦ୍ଧ ଭାବେ ଯୋଗଦେଇ ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ସ୍ଥିର କରିଛନ୍ତି ଜାମ୍ମୁ-କାଶ୍ମୀରର ଏହି ଯୁବକମାନେ।

ପରିବାର ସହିତ ଇଦ୍‍ ପାଳନ ନିମନ୍ତେ ଛୁଟି ନେଇ ଜୁନ୍‍ ୧୪ରେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ନିଜ ଗ୍ରାମକୁ ଫେରିବା ବେଳେ ଔରଙ୍ଗଜେବ୍‍ଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ମାତ୍ର ୨୮ ବର୍ଷ ବୟସରେ ଔରଙ୍ଗଜେବ୍‍ ସହିଦ ହୋଇଥିଲେ। ପୁତ୍ରର ମୃତ୍ୟୁରେ ମ୍ରିୟମାଣ ପିତା ତଥା ସେନାର ପୂର୍ବତନ କର୍ମଚାରୀ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସରକାରଙ୍କୁ ସମୟସୀମା ଦେଇଥିଲେ। ଏପରିକି ସରକାର ବିଫଳ ହେଲେ ନିଜେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ପୁନଃ ଅସ୍ତ୍ର ଧରିବେ ବୋଲି ବିଳାପ କରି ସେ କହିଥିଲେ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଦମନ ପାଇଁ ବହୁ ଅଭିଯାନ ହୋଇଛି। ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରଶାସନିକ ସ୍ଥିତି ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ ହୋଇଯାଇଛି। ତଥାପି ଆତଙ୍କବାଦୀ ଆକ୍ରମଣ ଥମିନାହିଁ। ଆତଙ୍କବାଦୀମାନେ କାଶ୍ମୀର ଘାଟିରେ ନିଧଡ଼କ ବୁଲୁଛନ୍ତି ବୋଲି କୁହନ୍ତି ଆଉରଙ୍ଗଜେବ୍‍ଙ୍କ ଭାଇ। ଔରଙ୍ଗଜେବଙ୍କ ହତ୍ୟା ଘଟଣା ବିଦେଶରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତ ତାଙ୍କର ୫୦ ଜଣ ବନ୍ଧୁଙ୍କୁ ବ୍ୟଥିତ କରିଥିଲା। ଆତଙ୍କବାଦ ବିରୋଧରେ ସରକାର ଓ ସେନାର କାର୍ଯ୍ୟାନୁଷ୍ଠାନକୁ ସେମାନେ ନିରନ୍ତର ଅବଲୋକନ କରୁଥିଲେ। ମାତ୍ର ଇତିମଧ୍ୟରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଆତଙ୍କବାଦକୁ ସମୁଳେ ନାଶ କରିବା ଦିଗରେ ପର୍ଯ୍ୟାପ୍ତ ନୁହେଁ। ଏଥିନେଇ କେବଳ ନିର୍ଦିଷ୍ଟ ଆତଙ୍କବାଦୀ ନୁହନ୍ତି; ଆତଙ୍କବାଦର ନିର୍ଦେଶ ଦେଉଥିବା ସଂଗଠନଗୁଡିକୁ ବିନାଶ କରିବାର ଆବଶ୍ୟକତା ରହିଛି। ସେନାରେ

- Advertisement -

ଯୋଗ ଦେଇ ଏସବୁ କରିବା ସମ୍ଭବ ବୋଲି ହୃଦୟଙ୍ଗମ କରିବା ପରେ ଏହି ଯୁବକମାନେ ବିଦେଶ ମାଟିରେ ଚାକିରି ଛାଡି ଭାରତ ଫେରିଆସିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories