www.samajalive.in
Friday, December 12, 2025
15.1 C
Bhubaneswar

ଆଇଏଏସ୍‍ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ୍‍ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଆଠଟି ଜିଲାର ଜିଲାପାଳଙ୍କ ବଦଳି କରାଯାଇଛି । ସେହିପରି ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୂତନ ତଥା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁରରେ ଅବସ୍ଥାପିତ ଉତ୍ତରାଞ୍ଚଳର ରାଜସ୍ୱ କମିଶନର ଡି.ଭି.ସ୍ୱାମୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଭାବେ ବଦଳି କରାଯ।ଇଛି। ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲାପାଳ ଭାବେ ବଦଳି କରାଯାଇଛି। ଜ୍ୟୋତି ପ୍ରକାଶ ଦାସଙ୍କୁ ପୁରୀ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି

ଗିରିଶ ଏସ.ଏନ- ପରିଚାଳନା ନିର୍ଦେଶକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ
ମହେନ୍ଦ୍ର କୁମାର ମଲ୍ଲିକ- ଆରଡିସି, ଉତ୍ତରାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳର ରାଜସ୍ୱ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ
ଡଃ. ନିତୀନ ଭାନୁଦାସ ଜାୱେଲ୍‍- ଶିଳ୍ପ ବିଭାଗର ଅତିରିକ୍ତ ସଚିବ
ଶ୍ରୀକାନ୍ତ ପୃଷ୍ଟି- ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ସଚିବ
ପ୍ରଶାନ୍ତ କୁମାର ସେନାପତି- ପ୍ରାଣୀ ସମ୍ପଦ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ
ରଜେଶ ପ୍ରଭାକର ପାଟିଲ- ପର୍ଯ୍ୟଟନ ବିଭାଗର ନିର୍ଦେଶକ
ଜ୍ୟୋତିପ୍ରକାଶ ଦାସ- ଜିଲାପାଳ, ପୁରୀ

- Advertisement -

ଅଞ୍ଜନ କୁମାର ମାଣିକ-ଶ୍ରମ କମିଶନର

ଅମରେନ୍ଦ୍ର କୁମାର ପଟ୍ଟନାୟକ -ପରିଚାଳନା ନିର୍ଦ୍ଦେଶକ, ବୟନିକା

ଡଃ.ଏମ୍. ମୁଥୁକୁମାର – ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଡଃ. ବିଜୟ କେତନ ଉପାଧ୍ୟାୟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ

ପ୍ରେମ ଚନ୍ଦ୍ର ଚୌଧୁରୀ – ନିର୍ଦ୍ଦେଶକ, ସ୍ବତନ୍ତ୍ର ପ୍ରକଳ୍ପ

ରଘୁ. ଜି – ଜଳ ସଂପଦ ବିଭାଗର ଉପ ସଚିବ

ଏ.ଏସ ନର୍ଭାନେ-ପ୍ରକଳ୍ପ ସହାୟକ,ଆଇଟିଡିଏ ନୀଳଗିରିର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ଅନ୍ୟପକ୍ଷରେ ସୋନପୁର ଜିଲାପାଳ ଦାଶରଥୀ ଶତପଥୀଙ୍କୁ କେନ୍ଦ୍ରାପଡ଼ା, ବୌଦ୍ଦ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ସୋନପୁର, ଗଞ୍ଜାମ ପିଡ଼ିଡିଆର୍‌ଡିଏ କେ.ଅମୃତ ବିଜୟଙ୍କୁ ଗଞ୍ଜାମ, ମାଲକାନଗିରି ପିଡିଡିଆର୍‌ଡିଏ ଡଃ.ଜି.ପରାଗ ହର୍ସଦଙ୍କୁ କଳାହାଣ୍ଡି, ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କୁ ଦେବଗଡ଼ ଓ ବିଡ଼ିଏ ସଚିବ ସୀତାଂଶୁ ରାଉତଙ୍କ ବୌଦ୍ଦ ଜିଲାପାଳଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କଟକ ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ଏସ୍‌ଏସ୍‌ ଓ ଇପିଡ଼ି ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ମୋଟ ୨୩ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories