www.samajalive.in
Tuesday, December 9, 2025
17.1 C
Bhubaneswar

ଖାଦ୍ୟ ଖାଇବା ସମୟରେ କରୁଛନ୍ତି କି ଏହି ଭୁଲ?

ବହୁ ସମୟରେ ଆମେ କେତେକ ଖାଦ୍ୟକୁ ଏକାଠି ଖାଇଥାଉ। କାରଣ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ସେହିପରି କିଛି ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତାହା ଠିକ୍‍ ଭାବେ ହଜମ ହୋଇନଥାଏ। ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ବହୁ ଲୋକଙ୍କୁ ଏହା ଜଣାନଥାଏ। ଯାଦ୍ୱାରା ସେମାନେ ସେହି ସମସ୍ତ ଖାଦ୍ୟକୁ ଏକାଠି ଖାଇଥାଆନ୍ତି। ଜାଣନ୍ତୁ କେଉଁ ଖାଦ୍ୟକୁ ଏକତ୍ର ଖାଇବା ଅନୁଚିତ……..
ଖାଦ୍ୟ ଓ ପାଣି
ଭୋଜନ ସମୟରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ସଠିକ ମାତ୍ରାରେ ପ୍ରୋଟିନ, କାବ୍ରୋହାଇଡ଼୍ରେଡ଼ ଆଦି ପୋଷକ ତତ୍ତ୍ୱ ମିଳିନଥାଏ।
କ୍ଷୀର ଓ କଦଳୀ
ବହୁ ଲୋକଙ୍କୁ କ୍ଷୀର ସହ କଦଳୀ ଖାଇବା ବହୁତ ପସନ୍ଦ। ମାତ୍ର ଏହାକୁ ଏକାଠି ଖାଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିକ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।
ମାଂସ ଓ ଟମାଟୋ
ଏହାକୁ ମଧ୍ୟ ଏକାଠି ଖାଇବା ଅନୁଚିତ। ବହୁ ଲୋକେ ମାଂସ ତରକାରୀ ଖାଇବା ସମୟରେ ସାଲାଡ଼ରେ ଟମାଟୋ ଖାଇଥାଆନ୍ତି। ଏହାକୁ ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ।
ଅଲିଭ ଅଏଲ୍‍ ଓ ବାଦାମ
ଏହାକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାରଣ ଅଲିଭ ଅଏଲରେ ଥିବା ଫାଟ୍‍ ଓ ବାଦାମରେ ଥିବା ପ୍ରୋଟିନ୍ ସହଜରେ ହଜମ ହୋଇନଥାଏ। ଫଳରେ ପାଚନ ସହ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଦହି ଓ ଫଳ
ଦହିରେ ବହୁ ବ୍ୟାକ୍ଟେରିଆ ରହିଥାଏ। ଫଳ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଏ। ଫଳରେ ଥଣ୍ଡା, ଏଲର୍ଜି ଭଳି ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories