www.samajalive.in
Sunday, December 14, 2025
14.1 C
Bhubaneswar

ଦନ୍ତାହାତୀର ଉତ୍ପାତ: ଦାନ୍ତରେ ଭୁଷି ମାରିଲା ମଇଁଷି, ୫ ଗୁରୁତର

ଗୁରୁଡିଝାଟିଆ: ଦଳରୁ ବାହାରି ଗୋଟିକିଆ ହୋଇଛି ଦନ୍ତା। ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ଓ ଏହାର ଆଖପାଖରେ ଘୁରିବୁଲୁଛି। ସନ୍ଧ୍ୟା ପୂର୍ବରୁ ଜଙ୍ଗଲରୁ ବାହାରି ଉତ୍ପାତ କରିବାରେ ଲାଗିଛି। ଏଭଳି ହିଂସ୍ର ହୋଇଛି ଯେ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବିଷ୍ଣୁପୁରଠାରେ ଥିବା ଏକ ମଇଁଷି ଗୋଠ ଉପରେ ଆକ୍ରମଣ କରିବାକୁ ପଛାଇନାହିଁ। ଦନ୍ତାହାତୀର ଆକ୍ରମଣରେ ଗୋଟିଏ ମଇଁଷି ମୃତ୍ୟୁବରଣ କରିଥିବା ବେଳେ ୫ଟି ମଇଁଷି ଗୁରୁତର ହୋଇଛନ୍ତି। ମଇଁଷି ଗୋଠ ମାଲିକ କାଙ୍ଗାଲି ବେହେରା ଓ ତାର ପୁଅ ମଇଁଷିକୁ ରଖି ସେଥିରୁ ତାଙ୍କର ତେଲଲୁଣ ସଂସାର ଚଳାଇଥାନ୍ତି। ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୫୦ବର୍ଷ ଧରି ମଇଁଷି ଗୋଠ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। ହାତୀ ଗୋଠ ପାଖରେ ବରାବର ଯିବା ଆସିବା କରିଥାନ୍ତି। ହେଲେ କେବେ ମଇଁଷିକୁ ହତାହତ କରିନଥାନ୍ତି। ଦଳରୁ ଅଲଗା ହୋଇଥିବା ଦନ୍ତାଟି ଏବେ ଅତ୍ୟନ୍ତ ଉତ୍‍କ୍ଷିପ୍ତ ହୋଇ ମଇଁଷିକୁ ମାରିବାରେ ଲାଗିଛି। ବନକର୍ମଚାରୀମାନେ ଗୋଟିକିଆ ଦନ୍ତାଟି ଉପରେ ତୀକ୍ଷ୍ମ ନଜର ଦେଇଥିଲେ ମଧ୍ୟ ତାର ଅସ୍ୱଭାବିକ ଚାଲିଚଲଣ ଉପରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ହାତୀଟି ଯେ କେତେବେଳେ ମଣିଷକୁ ନ ମାରିବ ତାହା କହିହେବ ନାହିଁ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories