www.samajalive.in
Sunday, December 14, 2025
18.1 C
Bhubaneswar

ବିପ୍ଲବୀ ରଘୁନାଥ ମହତୋଙ୍କ ନାମରେ ସେତୁ ନାମକରଣ ଘଟଣାକୁ କୁଡୁମି ସମାଜ ସ୍ବାଗତ କଲା

ପାଟଣା : ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ଜଙ୍ଗଲମହଲ ଅଞ୍ଚଳରେ ନିର୍ମିତ କଂସାବତୀ ନଦୀର ସେତୁକୁ ଚୂହାଡ଼ ବିଦ୍ରୋହର ମହାନାୟକ ବିପ୍ଲବୀ ରଘୁନାଥ ମହତୋଙ୍କ ନାମରେ ନାମିତ କରିଥିବାରୁ କୁଡୁମି ସମାଜ, ଆଦିବାସୀ କୁଡୁମି ସମାଜ, ସହିଦ ରଘୁନାଥ ମହତୋ ସ୍ମୃତି କମିଟି ଏବଂ ସହିଦ ରଘୁନାଥ ମହତୋ ସ୍ମାରକୀ ଯୁବ ପରିଷଦ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି। ସହିଦ ରଘୁନାଥ ମହତୋଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । ଓଡ଼ିଶା କୁଡୁମି ସମାଜର ସୁରେନ୍ଦ୍ର ନାଥ ମହତୋ, ସହୀଦ ରଘୁନାଥ ମହତୋ ସ୍ମୃତି କମିଟିର ସଭାପତି ଶିକ୍ଷାବୀତ ଗୌରହରି ମହାନ୍ତ, ସହିଦ ରଘୁନାଥ ମହତୋ ସ୍ମାରକୀ ଯୁବ ପରିଷଦର ସଭାପତି ଜଗବନ୍ଧୁ ମହତୋ, କଳାକାର ମହାନ୍ତ, ତ୍ରିଲୋଚନ ମହାନ୍ତ, ଦେବକୀ ମହାନ୍ତ, ଲକ୍ଷ୍ମୀଧର ମହାନ୍ତଙ୍କ ସମେତ ଯୋଗ ଦେଇଥିଲେ। ଦିଲ୍ଲୀ ଲାଲକିଲ୍ଲା ସ୍ଥିତ ସଂଗ୍ରହାଳୟରେ ଚୂହାଡ଼ ବିଦ୍ରୋହ ସମ୍ବନ୍ଧୀୟ ଫୋଟୋଚିତ୍ରକୁ ଇଂରେଜଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି ଦର୍ଶାଯାଇଥିବା ବେଳେ ଏହାର ମୂଖ୍ୟ ନାୟକ ବିପ୍ଲବୀ ରଘୁନାଥ ମହତୋଙ୍କୁ ବହୁ ପରେ ହେଲେ ମଧ୍ୟ ସମ୍ମାନ ପ୍ରଦାନ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ୧୭୬୫ ମସିହାରେ ଯେତେବେଳେ ଜଙ୍ଗଲମହଲ ଅଞ୍ଚଳର ଦେୱାନି ଅଧିକାର ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରାଗଲା, ସେ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଖଜଣା ଆଦାୟ ଜୁଲମ କରିବାକୁ ଲାଗିଲା ଏବଂ ଆଦିବାସୀ ମୁଖିଆ, ଜମିଦାରମାନଙ୍କୁ ହଟେଇବାକୁ ଲାଗିଲା। ଏହି ନିଷ୍ପତ୍ତି ବିରୋଧରେ ହଜାର ହଜାର ସଂଖ୍ୟାରେ କୁଡୁମି, ସାନ୍ତାଳ, ଭୂମିଜ ଆଦି ଜନଜାତିମାନେ ଅସ୍ତ୍ର ଉଠାଇ ବିଦ୍ରୋହ କରିଥିଲେ। ଯାହା ୧୭୬୭ ମସିହାରେ ରଘୁନାଥ ମହତୋଙ୍କ ନେତୃତ୍ୱରେ ଭୟଙ୍କର ରୂପ ନେଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories