www.samajalive.in
Sunday, December 7, 2025
26.1 C
Bhubaneswar

ଗୋଟିଏ ଶ୍ରେଣୀଗୃରେ ପଢ଼ିବେ ୨୦ ପିଲା, ମାନିବେ କୋଭିଡ୍‌ କଟକଣା

ଭୁବନେଶ୍ଵର: ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେବେ ସ୍କୁଲ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ବା ସେକ୍ସନରେ ୨୦ରୁ ୨୫ ପିଲା ବସି ପାଠ ପଡ଼ିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅଧିକ ପିଲା ଆସିଲେ ସେକ୍ସନ ସଂଖ୍ୟା ବୃଦ୍ଧି କରାଯିବ।

ସ୍କୁଲ ଚାଲିବା ସମୟରେ ପିଲାମାନେ କୋଭିଡି କଟକଣା ପାଳନ କରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସେ କହିଛନ୍ତି, ସାନିଟାଇଜେଶନ ଏବଂ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ଗତ ସୋମବାର ସ୍ବତନ୍ତ୍ର ସଚିବ ଏବଂ ଡିଇଓମାନଙ୍କ ମଧ୍ୟରେ ବୈଠକ ହୋଇଛି। ପ୍ରତି ଜିଲାର ନୋଡ଼ାଲ ଅଫିସର ନିଜ ଜିଲାକୁ ପଳାଇଲେଣି। ୧୫ରୁ ୧୭ ଜିଲାର ଜିଲାପାଳ ଏବଂ ଡିଇଓଙ୍କ ମଧ୍ୟରେ ମିଳିତ ବୈଠକ ସରିଛି। ପ୍ରତି ଜିଲାର ପଦାଧିକାରୀ ଜିଲାପାଳ ଏବଂ ଡିଇଓଙ୍କ ସହିତ ସମନ୍ବୟ ରକ୍ଷା କରି କାମ କରିବେ।

- Advertisement -

ମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓମାନଙ୍କୁ ନିର୍ଦେଶ ଦିଆଯାଇଛି। କାରଣ ୧ମରୁ ୯ମ ଶ୍ରେଣୀ ଯାଏ କ୍ଲାସ ହେଉନି। ଏହା ସହିତ ୧୦୦ ଦିନ ପାଠ ପଢ଼ାଇବା ଆବଶ୍ୟକତା ରହିଛି। ରବିବାର ନ ପଢେଇଲେ ୧୦୦ ଦିନ ହେବନି। ପାଠ୍ୟକ୍ରମ ଶେଷ ପାଇଁ ୧୦୦ ଦିନ କମ୍‌ ହୋଇଥିବାରୁ ପିଲାମାନେ ମଧ୍ୟ ଦୁଃଖ କରିଛନ୍ତି। ସିଲାବସ୍‌ ୩୦ ପ୍ରତିଶମ କମ୍‌ ହୋଇଛି। ଆଉ କମିବ ନାହିଁ। ବର୍ତ୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ଦିଗରେ ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଲେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories