www.samajalive.in
Friday, December 12, 2025
16.1 C
Bhubaneswar

କେରଳ, ହିମାଚଳକୁ ଡେଇଁଲା ବାର୍ଡ ଫ୍ଲୁ

ତିରୁଅନନ୍ତପୁରମ୍‌/କାଙ୍ଗଡ଼ା : ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ କେରଳରେ ପହଞ୍ଚିଛି ବାର୍ଡ ଫ୍ଲୁ। ଆଲ୍ଲାପୁଜା ଓ କୋଟ୍ଟାୟମ ଜିଲାରେ ଏହା ବ୍ୟାପିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ସହ ନମୁନା ସଂଗ୍ରହ ପୂର୍ବକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ କାଉ ଓ ବତକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।
ହିମାଚଳ ପ୍ରଦେଶର କାଙ୍ଗଡ଼ା ଉପତ୍ୟକାର ପ୍ରସିଦ୍ଧ ପଙ୍ଗ ଡାମ୍‌ ହ୍ରଦ ତଥା ନାଗ୍ରୋତା ସୁରିଆନ ବନାଞ୍ଚଳରେ ୧୭୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଧାମେତା ଅନ୍ତର୍ଗତ ଜାଗମୋଲି ଓ ଗୁଗ୍‌ଲାଦା ଅଞ୍ଚଳରେ ସର୍ବାଧିକ ପକ୍ଷୀ ଆକ୍ରାନ୍ତ ହୋଇଛନ୍ତି। ଏହି ପକ୍ଷୀ ସାଇବେରିଆ ଓ ମଙେଗଗାଲିଆରୁ ଆସିଥିବା ପ୍ରକାଶ। ପ୍ରତିବର୍ଷ ସେଠାର ଲକ୍ଷାଧିକ ପକ୍ଷୀ ଆସିଥାଆନ୍ତି। ଡିସେମ୍ବର ଶେଷ ସପ୍ତାହରେ ମଧ୍ୟପ୍ରଦେଶରେ ୮ ବତକଙ୍କ ମୃତ୍ୟୁ ଘଟଣାରୁ ବାର୍ଡ ଫ୍ଲୁ ଠାବ କରାଯାଇଥିଲା। ଇତିମଧ୍ୟରେ ୧୨ହଜାର ବତକଙ୍କ ମୃତ୍ୟୁ ହୋଇଥିବାବେଳେ ୩୬ହଜାର ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କୁ ହତ୍ୟା କରାଯିବା ସମ୍ଭାବନା ରହିଛି। ଇନ୍ଦୋରଠାରେ ବହୁ ସଂଖ୍ୟକ କାଉ ମରିପଡ଼ିଥିବା ଦେଖାଯାଇଛି। ସେହିପରି ରାଜସ୍ଥାନରେ କାଉମାନେ ଏହାର ଶିକାର ହେଉଛନ୍ତି। ଜୟପୁରଠାରେ ରବିବାର ୭ କାଉ ମରିପଡ଼ିଥିବାବେଳେ ଏହା ୨୫୨ରେ ପହଞ୍ଚିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories