www.samajalive.in
Tuesday, December 9, 2025
26.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ, ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ସ୍ଥିତ ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ସମିତିର ଏକ ପ୍ରତିନିଧି ଦଳ ବିିଭିନ୍ନ ସମସ୍ୟା ନେଇ ଆଜି ଟିକାବାଲି ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ଏକ ଦାବିପତ୍ର ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରକାରେ, ଗ୍ରାମରେ ପାନୀୟ ଜଳର ସମସ୍ୟା ସହିତ ଷ୍ଟ୍ରିଟ୍‍ ଲାଇଟ୍ର ଆବଶ୍ୟକତା ଉପରେ ଦର୍ଶାଯାଇଛି। ଗ୍ରାମ୍ୟ ଉନ୍ନୟନ ସମିତିର ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନଙ୍କ ନେତୃତ୍ୱରେ କମିଟିର କର୍ମକର୍ତ୍ତାମାନେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷକରି ପାନୀୟ ଜଳ ସମସ୍ୟା ଉଗ୍ରରୁପ ଧାରଣ କରିଥିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଏହି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆନଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନି ଦେଇଛନ୍ତି। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମହେନ୍ଦ୍ର ସାହୁ, ସଂପାଦକ ପ୍ରଦୀପ କୁମାର ଦିଗାଲ, ସହ ସଂପାଦକ ଗୋପାଳ ସାହୁ, ଉପଦେଷ୍ଟା ପାତ୍ର ଦିଗାଲ, ପ୍ରତେ କହଁର, କୁନୁ ପ୍ରଧାନ, ରେଣୁକା ନାୟକ, ଚିନୁ ଦିଗାଲ, ରଥିକାନ୍ତ, ମନୋଜ, କିଶାନ, ମାଦନ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ।

 

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories