www.samajalive.in
Saturday, December 6, 2025
26.1 C
Bhubaneswar

ମାନିଲା ହିଜବୁଲ ଆତଙ୍କବାଦୀ: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଟଙ୍କା ଯୋଗାଇଛି ପାକିସ୍ତାନ

ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସେଠାରେ ତୀବ୍ର ବିରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯିବା ସହିତ ଘାଟିରେ ଆଶାନ୍ତି ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଉପରେ ଟେକାପଥର ମାଡ଼ ହେବା ହିଂସା ସୃଷ୍ଟି କରାଯାଇଥିଲା। ଦୀର୍ଘମାସ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ୍‌ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା। ତେବେ ଏହି ବିରୋଧ ସ୍ବତଃପ୍ରବୃତ୍ତ ନ ଥିଲା। ଏସବୁ ଷଡ଼ଯନ୍ତ୍ର ଥିଲା, ଏବଂ ଏହା ପଛରେ ପାକିସ୍ତାନର ହାତ ଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହାର ପର୍ଦ୍ଦାଫାଶ କରିଛି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଥିଲା। ଏଥିପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ହିଜବୁଲ ଆତଙ୍କବାଦୀ ସଂଗଠନକୁ ପ୍ରଚୁର ଅର୍ଥ ଯୋଗାଇଥିଲା। ଏନଆଇଏ ହିଜବୁଲର ଜଣେ ଆତଙ୍କବାଦୀ ଇରଫାନ ମିରକୁ ଗିରଫ କରିବା ପରେ ସେ ଏହା ଖୁଲାସା କରିଛି। ଆଇଏସଆଇ ତାକୁ ଜାମ୍ମୁ-କାଶ୍ମୀରରେ ଏକ ଏନଜିଓ କରିବାକୁ ଟଙ୍କା ଦେଇଥିଲା। ପୁଲୱାମାରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଏକ ସେମିନାର ଆୟୋଜନ କରିବାକୁ ମଧ୍ୟ ତାକୁ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା ବୋଲି ମିର ସ୍ବୀକାର କରିଛି।

- Advertisement -

କେବଳ ଏତିକି ନୁହେଁ, ମିର ଏନଆଇଏକୁ କହିଛି ଯେ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲା। ଏହା ପରେ ତାଙ୍କୁ ସେମିନାର ଆୟୋଜନ ପାଇଁ ଦେଢ଼ ଲକ୍ଷ ଟଙ୍କା ଦିଆଯାଇଥିଲା। ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ବିରୋଧୀ ଦଳଗୁଡ଼ିକର ସ୍ଥାନୀୟ ରାଜନେତାମାନେ ବି ଏଥିରେ ସାମିଲ ହୋଇଥିଲେ। ଅନେକ ନେତାଙ୍କୁ ସରକାର ଗୃହମନ୍ତ୍ରୀ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories