www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଜାତୀୟ ପାଣିପାଗ କନକ୍ଲେଭ୍ : ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ ସୋମବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନ୍‍କ୍ଳେଭରେ ଉଦ୍‍ଘାଟନ କରିବେ। ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍‍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସମାରୋହରେ
ଯୋଗଦେବେ।

ନ୍ୟାସନାଲ୍‍ ଆଟମିକ ଟାଇମ ସ୍କେଲ୍‍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ୍‍କୁ ୨ ଦଶମିକ ୮ ନାନୋ ସେକେଣ୍ଡ୍‍ ପର୍ଯ୍ୟନ୍ତ ଠିକ ଭାବେ ଦର୍ଶାଇବ। ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ। ନୂଆଦିଲ୍ଲୀସ୍ଥିତ ସି.ଏସ୍‍.ଆଇ.ଆର୍‍.-ଏନ୍‍.ପି.ଏଲ୍‍ ସଂସ୍ଥାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଛି। ଚଳିତବର୍ଷର
ଶୀର୍ଷକ ହେଉଛି “ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା”।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories